୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଧୀନ ଚିଲିକା ନଇରୀ ପେଣ୍ଠ ନିକଟରୁ ଜଣେ ମ୍ୟାସ୍ଚ୍ୟଜିବୀର ମୁତ ଦେହକୁ ଉଦ୍ଧାର କରିଛି ପୋଲିସ l ମୃତକ ହେଲେ ସାନ ନଇରୀ ଗ୍ରାମର ମାନିଆ ବେହେରା (40) l ସୂଚନା ମୁତାବକ ଦୈନଦିନ ଭଳି ମାନିଆ ବେହେରା ଗତକାଲି ରାତିରେ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ l ଆଜି ସକାଳେ କିଛି ମ୍ୟସ୍ଚ୍ୟଜିବୀ ମାଛ ମାରିବା ପାଇଁ ଚିଲିକାକୁ ଯିବାବେଳେ ନଇରୀ ହନୁମାନ ମନ୍ଦିର ପେଣ୍ଠରେ ଡ଼ଙ୍ଗାଉପରେ ମାନିଆଙ୍କ ମୃତ ଦେହ ପଡିଥିବାର ଦେଖିଥିଲେ l ଏହି ଖବର ସ୍ଥାନୀୟ ଅଂଚଳରେ ଖବର ପ୍ରଚାର ହେବା ପରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟଵଛେଦ ପାଇଁ ପଠେଇଛି l ଏ ସମ୍ପର୍କରେ ପରେ ମୃତକଙ୍କ ସ୍ତ୍ରୀ ରୁପ ବେହେରା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଅନୁଯାଇ ମୋ ସ୍ୱାମୀଙ୍କର ଦେହ ଅସୁସ୍ଥ ଥିଲା କିନ୍ତୁ ଚିଲିକାକୁ ମାଛ ମାରିବା ପାଇଁ ନ ଯିବାକୁ ପରିବାର ପକ୍ଷରୁ ବାରଣ କରିଥିଲେ ହେଲେ ମୃତ ମାନିଆ ପରିବାରର କାହାରି କଥା ନଶୁଣି ଶୁକ୍ରବାର ରାତି 9 ଘଂଟିକା ସମୟରେ ମୃତ ମାନିଆ ମାଛ ଧରିବାକୁ ଚିଲିକା ଭିତରକୁ ଯାଇଥିଲେ l ଅସୁସ୍ଥତା କାରଣ ଯୋଗୁ ଡ଼ଙ୍ଗାରେ ପିଟିହୋଇ ପଡି ମୃତ୍ୟୁ ବରଣ କରିଛନ୍ତି ବୋଲି ମୃତ ମାନିଆଙ୍କ ସ୍ତ୍ରୀ ରୁପ ବେହେରା କହିଛନ୍ତି l ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡିବ l