୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଗତ କାଲି ନେତାଜୀ ସୁବାଷ ବୋଷ ଜୟନ୍ତୀ ଉପଲକ୍ଷେ ବାଣପୁର ବାଲୁଗାଁ ରୋଟାରୀ କ୍ଳବ ଓ ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟ , ଭୁବନେଶ୍ବରଙ୍କ ପକ୍ଷରୁ ବାଲୁଗାଁ ଗୋଷ୍ଠି ସ୍ବାସ୍ଥ୍ଯ କେନ୍ଦ୍ର ସହଯୋଗରେ ଚିଲିକା ବ୍ଳକ ଅନ୍ତର୍ଗତ ହାଟବରଡିହ ଗ୍ରାମର ବାତ୍ଯା ଆଶ୍ରୟସ୍ଥଳୀ ଗୃହରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଶିବିରରେ ସ୍ଥାନୀୟ ଅଂଚଳର ୧୫୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେଥି ମଧ୍ଯରୁ ୧୭ ଜଣଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ନିମନ୍ତେ ଭୂବନେଶ୍ବର ନିଆଯାଇଅଛି । ସମସ୍ତ ରୋଗୀଙ୍କୁ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା । ଉକ୍ତ ଶିବିରକୁ କ୍ଳବ ସଭାପତି ରବିନାରାୟଣ ପାଲ , ସଂପାଦକ ସୁନୀଲ କୁମାର ପାତ୍ର , ଆସନ୍ତା ବର୍ଷ ପାଇଁ ମନୋନୀତ ସଭାପତି ନନ୍ଦକିଶୋର ମିଶ୍ର, ପୂର୍ବତନ ସଭାପତି ବିଜୟ କୁମାର ନନ୍ଦ,
ସୁରେଶଚନ୍ଦ୍ର ବେହେରା, ସରୋଜିନୀ ଦାଶ, ଓମପ୍ରକାଶ ଅଗ୍ରୱାଲ, ପ୍ରବୀଣ କୁମାର ଜେନାଙ୍କ ସମେତ ସଭ୍ଯ ଗଗନ ବିହାରୀ ବେହେରା, ସଚ୍ଚିଦାନନ୍ଦ ସେଠୀ, ପ୍ରଶନ୍ନ କୁମାର ସାମନ୍ତରାୟ ପ୍ରମୂଖ ଶିବିର ପରିଚାଳନା କରିଥିଲେ । କ୍ଳବର ପୂର୍ବତ୍ତନ ସଭାପତି ତଥା ଚକ୍ଷୁ ଚିକିତ୍ସା ସହାୟକ ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ । 

© 2023 Odisha Taza News.