No Result
View All Result
୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲର ଛାତ୍ରୀ ଇତିଶ୍ରୀ ମିଶ୍ର ICAR ପରୀକ୍ଷାରେ ଭଲ ନମ୍ବର ରଖି ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଏହି ପରୀକ୍ଷାରେ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଇତିଶ୍ରୀ ମିଶ୍ର 99.95 ପ୍ରତିଶତ ରଖି ସାରା ଭାରତରେ 30 ସ୍ଥାନରେ ରହିଛନ୍ତି ! ଇତିଶ୍ରୀ ମିଶ୍ର ପୂର୍ବରୁ ମଧ୍ୟ 93. 6 ପ୍ରତିଶତ ନମ୍ବର ରଖି CBSE Board ରେ ବିଦ୍ୟାଳୟରେ ପ୍ରଥମ ସ୍ଥାନ ରଖିଥିଲେ ।
ସେ ପାରଳାଖେମୁଣ୍ଡି ଭବାନୀ ଟକିସ ସାହି ସ୍ଥିତ ଶିବ ପ୍ରସାଦ ମିଶ୍ର ଏବଂ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଝିଅ ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଭାଇସ ପ୍ରେସିଡେଣ୍ଟ ପ୍ରଫେସର ଡି ଏନ ରାଓ, ପ୍ରିନ୍ସପାଲ ସୁନିତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ ନିମନ୍ତେ କାମନା କରିଛନ୍ତି ।

No Result
View All Result