No Result
View All Result
୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଟ୍ରେନ୍ ଚଳାଚଳ ଏବଂ ଦୁର୍ଘଟଣା ପରି ଅଘଟଣ ସମୟରେ ରେଳବାଇ ଦ୍ୱାରା ନିଆଯାଇଥିବା ପ୍ରକୃତ ସମୟ ଉପଯୋଗୀ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ଏକ ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି | ଖୋର୍ଦ୍ଧାରୋଡ଼ ମଣ୍ଡଳର ସମସ୍ତ ବିଭାଗର ପ୍ରସ୍ତୁତିକୁ ଯାଞ୍ଚ କରିବା ଟ୍ରେନ୍ ଲାଇନ ଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀ କାଳୀନ ପରିସ୍ଥିତିରେ ମଣ୍ଡଳର ସମସ୍ତ ବିଭାଗର ପ୍ରସ୍ତୁତି ଯାଞ୍ଚ କରିବାକୁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵାରା ତାପଙ୍ଗ ରେଲୱେ ଷ୍ଟେସନରେ ଏକ ମକ୍ ଡ୍ରିଲ୍ ଆୟୋଜନ କରା ଯାଇଥିଲା |
ତାପଙ୍ଗ ରେଳ ଷ୍ଟେସନରେ ଏକ ତୀର୍ଥଯାତ୍ରୀ ଟ୍ରେନର ଦୁଇଟି କୋଚ ଲାଇନ ଚ୍ୟୁତ୍ ସମୟରେ ବିଭାଗ ଦ୍ୱାରା ନିଆଯାଇଥିବା ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଉପରେ ମକ୍ ଡ୍ରିଲ୍ କରାଯାଇଥିଲା । ମକ୍ ଡ୍ରିଲ୍ସ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସହିତ ଯୋଗାଯୋଗ ଦକ୍ଷତା ବିକାଶ କରେ | ଏହି ମକ୍ ଡ୍ରିଲରେ ଆହତ ତଥା ଫସି ରହିଥିବା ଯାତ୍ରୀଙ୍କୁ ପ୍ରଭାବିତ କୋଚରୁ ବାହାର କରିବା, ଚିକିତ୍ସା, ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର, ଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା,ଯାତ୍ରୀଙ୍କ ଲଗେଜ୍ ଏବଂ ଜିନିଷପତ୍ରର ସୁରକ୍ଷା,ଭିଡ଼ ନିୟନ୍ତ୍ରଣ ଭଳି ଉଦ୍ଧାର କାର୍ଯ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।
ଏଥିରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଯେ’ପରିକି ଲାଇନ ଚ୍ୟୁତ୍ କୋଚ୍ ଗୁଡ଼ିକର ପୁନଃ ଅବସ୍ଥାପନ,ରେଳ ଟ୍ରାକ୍ ର ଫିଟନେସ୍ ଏବଂ ପ୍ରଭାବିତ ମାର୍ଗରେ ଟ୍ରେନ୍ କାର୍ଯ୍ୟକୁ ସ୍ୱାଭାବିକ କରିବା ଇତ୍ୟାଦି | ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରୟ, ମକ୍-ଡ୍ରିଲରେ ଅଂଶଗ୍ରହଣ କରି କହିଛନ୍ତି ଯେ ପ୍ରକୃତ ଦୁର୍ଘଟଣା ସମୟରେ ସମୟ ଉପଯୋଗୀ କାର୍ଯ୍ୟ ପାଇଁ ଏହି ମକ୍ ଡ୍ରିଲ ହେଉଛି ଏକ ପ୍ରତିକୃତି । ଟ୍ରେନ୍ ଲାଇନ ଚ୍ୟୁତ୍ କିମ୍ବା ଦୁର୍ଘଟଣା ପରି ଜରୁରୀ କାଳୀନ ପରିସ୍ଥିତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ ନିଯକୁ ପ୍ରସ୍ତୁତ ରହିବାକୁ ସେ କର୍ମଚାରୀମାନଙ୍କୁ ଅନୁରୋଧ କରିଛନ୍ତି ।
ଖୋର୍ଦ୍ଧାରୋଡ଼ ମଣ୍ଡଳର ମେଡିକାଲ୍ ଟିମ୍,ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍ଡିଆରଏଫ୍) /ମୁଣ୍ଡଳି/ କଟକ,ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ଓଡିଆରଏଫ୍)ଭୁବନେଶ୍ୱ, ଖୋର୍ଦ୍ଧାର ଅଗ୍ନିଶମ ବିଭାଗର ଅଧିକାରୀମାନେ, ଜଂକିଆ ଥାନା ପୋଲିସ, ରେଲୱେ ପୋଲିସ (ଜି ଆର୍ ପି)ରେଳ ସୁରକ୍ଷା ବଲ,ସିଭିଲ ଡିଫେନ୍ସ,, ଖୋର୍ଦ୍ଧାରୋଡ଼ ସ୍କାଉଟ୍ସ- ଗାଇଡ୍ ଏବଂ ସମସ୍ତ ଶାଖା ଅଧିକାରୀ,ସେମାନଙ୍କ ଦଳ ସହିତ ମକ୍ ଡ୍ରିଲରେ ଅଂଶଗ୍ରହଣ କରିଥିଲେ।
ଏହି ମକ୍ ଡ୍ରିଲରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଉର୍ମିପ୍ରଭା ମହାରଣା ଡେପୁଟି କଲେକ୍ଟର (ଜରୁରୀକାଳୀନ),ଖୋର୍ଦ୍ଧା, ଶ୍ରୀ ସୁକାନ୍ତ ଦାସ ଓଡିଶା ରାଜ୍ୟ ବିପର୍ଯ୍ୟୟ ମ୍ୟାନେଜମେଣ୍ଟ ଅଥରିଟି (ଓଏସଡିଏମଏ)ଖୋର୍ଦ୍ଧାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏବଂ ଖୋର୍ଦ୍ଧା ଜିଲ୍ଲାର ଆପାଦ ମିତ୍ର ଦଳ ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ମଣ୍ଡଳ ସୁରକ୍ଷା ଅଧିକାରୀ ଶ୍ରୀ ଏମ୍ଏନ୍ଏସ୍ ରମେଶଙ୍କ ନେତୃତ୍ୱରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ସୁରକ୍ଷା ବିଭାଗ ଦ୍ଵାରା ଏହି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିଲା ।

No Result
View All Result