No Result
View All Result
୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ଆତ୍ମୀୟତା, ନିବିଡତା ହିଁ ବନ୍ଧୁତା । ଲାଭ, କ୍ଷତି କିମ୍ବା ପାଇବା ହରାଇବା ମଧ୍ୟରେ ବନ୍ଧୁତା ସୀମିତ ନୁହେଁ । ସବୁ ପରିସ୍ଥିତିରେ ବନ୍ଧୁ କେବଳ ବନ୍ଧୁହିଁ ହୋଇ ରହିଥାଏ ବୋଲି ଲକ୍ଷ୍ମୀନରଗ ସ୍ଥିତ ପଂଚାୟତ ହିଙ୍ଗୁଳା ହାଇସ୍କୁଲ ୧୯୯୬ମସିହା ମ୍ୟାଟ୍ରିକ୍ ବ୍ୟାଚର ଛାତ୍ର-ଛାତ୍ରୀଙ୍କ ବନ୍ଧୁ ମିଳନ ପର୍ବରେ ମତପ୍ରକାଶ ପାଇଥିଲା । ପୁରାତନ ବିଦ୍ୟାର୍ଥୀ ସୁଶାନ୍ତକୁମାର ସାହୁଙ୍କ ତତ୍ୱାଧନାରେ ସ୍ଥାନୀୟ ତରାପୁର ସ୍ଥିତ ଭିକିପୁର ଆକାଶିଆ ଜଙ୍ଗଲରେ ଅନୁଷ୍ଠିତ ବନ୍ଧୁ ମିଳନରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ର-ଛାତ୍ରୀମାନେ ୨୭ବର୍ଷର ପୁରୁଣା ଦିନ ତଥା ବିଦ୍ୟାର୍ଥୀ ଜୀବନର ବିଭିନ୍ନ ସ୍ମୃତି ଓ ଅନୁଭୂତିକୁ ପରସ୍ପର ମଧ୍ୟରେ ବାଂଟିବା ବେଳେ ବୈଠକ ସ୍ଥଳରେ ଆବେଗପୂ ଣ୍ଣ ର୍ ସ୍ଥିତି ସୃଷ୍ଟି ହୋଇଥିଲା ।ବିଭିନ୍ନ ସ୍ଥାନରେ କର୍ମକ୍ଷେତ୍ରରେ ନିୟୋଜିତ ଥିଲେ ବି ଗୋଟିଏ ଦିନ ଏକାଠି ହେବାର ସଂକଳ୍ପ ସମସ୍ତଙ୍କୁ ଏକତ୍ର କରିଥିଲା । ପୁରାତନ ବିଦ୍ୟାର୍ଥୀ ଅଜାତଶତ୍ରୁ ଦାସଙ୍କ ସଂଚାଳନାରେ ଆୟୋଜିତ ସଭାରେ ‘ଲାଭ, କ୍ଷତି ପାଇଁ ନୁହେଁ ଆତ୍ମୀୟତା, ନିବିଡତା ଓ ବନ୍ଧୁତା ବଜାଇ ରାହବି ପାଇଁ ଆୟୋଜିତ ଏ ବନ୍ଧୁମିଳନ ବୋଲି ଅନ୍ୟତମ ପୁରାତନ ଛାତ୍ର ଜିତେନ୍ଦ୍ର ସାହୁ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ଅନ୍ୟାମନଙ୍କ ମଧ୍ୟରେ ଅଶୋକ ବାରିକ, ଅମୀୟ ଜେନା, ନୀଳମଣି ସାହୁ, ଦେବଦୁଲ୍ଲଭ ସାହୁ, ଶତ୍ରୁଘ୍ନ ପରିଡା, ମନୋରଞ୍ଜନ ବଳ, ଦୁର୍ଯ୍ୟୋଧନ ପାଲ, ମାୟାଧର ସାହୁ, ଜଗବନ୍ଧୁ ସାହୁ, ଅନନ୍ତ ଜେନା, ବଳରାମ ସାହୁ, ଗଜେନ୍ଦ୍ର ତ୍ରିପାଠୀ, ପ୍ରଶାନ୍ତ ଦାସ, ଶଶାଙ୍କ ଶେଖର ବ୍ରହ୍ମ, ପ୍ରତାପ ସାହୁ ପ୍ରମୁଖ ପୁରାତନ ଛାତ୍ର ସାମିଲ ଆଲୋଚନାରେ ବକ୍ତବ୍ୟ ରଖିଥିଲେ ।ପ୍ରତିବର୍ଷ ଡିସେମ୍ବମାସ ଶେଷ ସପ୍ତାହରେ ବନ୍ଧୁମିଳନୀ ପର୍ବପାଳନ କରାଯିବାକୁ ସର୍ବସ୧ତିରେ ନିଷ୍ପତି ନିଆଯାଇଥିଲା । ପରେ ଗୀତ, ନାଚ ଆଦି ମନୋରଞ୍ଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ନିରୂପମା ପରିଡା, ଝରଣା ସାହୁ, ସସ୍ମିତା ସାମଲ, ରଶ୍ମିରେଖା ରାଉତ, ସୁମତି ପରିଡା, ରଶ୍ମିତା ଶତପଥୀ, ଜୟନ୍ତୀ ପାତ୍ର, ମୁକୁତା ସାହୁ, ପ୍ରମିଳା ସାହୁ, ସତ୍ୟଭାମା ସାହୁ ପ୍ରମୁଖ ପୁରାତନ ଛାତ୍ରୀମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା । ଶେଷରେ ଅମୀୟ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
No Result
View All Result