No Result
View All Result

କଟକ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ଚୋରା ମଦ ତିଆରି ହେଉଥିବାର ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୯୪୦ ଲିଟର ଦେଶୀ ମଦ ସମେତ ୧୩ହଜାର ୧ଶହ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ, ପୋଚ ଜବତ କରାଯାଇଛି। କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଏହି ବିଷୟରେ କଡ଼ା ପଦକ୍ଷେପ ନେବାକୁ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଉପଖଣ୍ଡ ଅବକାରୀ ଉପ-ଅଧୀକ୍ଷକ ଶ୍ରୀ ସି.ଏଚ୍.ତିରୁପତି ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ନେତୃତ୍ୱରେ ବଛା ବଛା ଅଧିକାରୀମାନଙ୍କୁ ନେଇ ଏକ ଦଳ ଆଜି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ,

ଖଣ୍ଡୁଆଳି,ହାତୀ ତୋପ, ମଠନାଳ,ବାଉଁଶ ଟଙ୍ଗୋର,ସରସ୍ୱତୀପୁର, ବନିଆବନ୍ଧ ଓ କଂସର ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ। ଉକ୍ତ ଚଡାଉରେ ସର୍ବମୋଟ ୯୪୦ ଲିଟର ଦେଶୀ ମଦ ୧୩୧୦୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ଅବକାରୀ ବିଭାଗ ପକ୍ଷରୁ ୨ ଗୋଟି ମାମଲା ରୁଜୁ କରାଯାଇଛି । ଏହି ଚଢ଼ାଉରେ ଆଠଗଡ ଉପଖଣ୍ଡ ଅବକାରୀ ଉପ- ଅଧୀକ୍ଷକ ଶ୍ରୀ ତିରୁପତି ଓ ଆଠଗଡ଼ ଥାନା ଅବକାରୀ ନିରୀକ୍ଷକ ଶ୍ରୀ ରବି ନାରାୟଣ ପଧାନଙ୍କ ସହ ଅବକାରୀ ସହକାରୀ-ନିରୀକ୍ଷକ ଶ୍ରୀ ତରୁଣ କୁମାର ପାତ୍ର,

ଅବକାରୀ ସହକାରୀ-ନିରୀକ୍ଷକ, ସାଲେପୁର ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ, ଅବକାରୀ ସହକାରୀ ଉପ-ନିରୀକ୍ଷକ, ବାଙ୍କୀର ଶ୍ରୀ ପ୍ରଦୀପ କୁମାର ଦଳାଇ, ଅବକାରୀ ସହକାରୀ ଉପ-ନିରୀକ୍ଷକ, ନରସିଂହପୁର, ଶ୍ରୀ ସରୋଜ କୁମାର ସାହୁଙ୍କ ସମେତ ଖୁଣ୍ଟୁଣୀ ବନବିଭାଗର ବରିଷ୍ଠ ଅଧିକାରୀ ଓ କଟକ ଜିଲ୍ଲାର ବରିଷ୍ଠ ଓ ଦକ୍ଷ ଅବକାରୀ ଅଧିକାରୀମାନେ ସାମିଲ୍ ହୋଇଥିଲେ ।

No Result
View All Result