ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂହ,ଜଟଣୀ ବାର ଆସୋସିଏସନ୍ ସମ୍ପାଦକ ବିଜୟ କୁମାର ମହାପାତ୍ର,ଅଧିବକ୍ତା ଅକ୍ଷାଂଶୁ ଶେଖର ନାୟକ,ବିଶିଷ୍ଟ ସମାଜସେବୀ ଜଗଦୀଶ ପ୍ରସାଦ ଅଗ୍ରୱାଲ,ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ଅନିଲ କୁମାର ହାତୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ ଅଧିବକ୍ତା ତଥା ଅନୁଷ୍ଠାନର ଆଇନ୍ ପରାମର୍ଶଦାତା ଅକ୍ଷୟ କୁମାର ଦାସ ପରିଚାଳନା କରିବା ସହିତ ସଡ଼କ ଦୁର୍ଘଟଣାର ଭୟାବହତା ସଂପର୍କରେ ଉପସ୍ଥିତ ଜନସାଧାରଣ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସମ୍ୟକ ଧାରଣା ଦେବା ସହ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସମସ୍ତଙ୍କୁ ଏବେଠାରୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ l
ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ସହରର ପୁରୁଖା ରିକ୍ସା ଚାଳକ ଦାମୋଦର ରାଓ ଏବଂ ଡ୍ରାଇଭର୍ ମହାସଂଘର ଶୃଙ୍ଖଳିତ ଆଚରଣ ପାଇଁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅବଦୁଲ ସତ୍ତାର,ସଞ୍ଜୟ ବରିସଲ,ସୁକାନ୍ତ ନାୟକ, ସହ ସମ୍ପାଦକ ଅମୀନ ରାଉତ ଓ ନିତ୍ୟଜିତ୍ ଚମ୍ପତି,ସଂଗଠନ ସମ୍ପାଦକ ଦିଲୀପ ସିଂ,ଶରତ କୁମାର ରେଡ୍ଡୀ,କୋଷାଧ୍ଯକ୍ଷ ନିରୂପମା ସ୍ଵାଇଁ,ସ୍ମିତା ପଟ୍ଟନାୟକ,ସୁନିତା ରାଣୀ ପାତ୍ର,ଲୁସେନ୍ ରାୟ,ମିଡ଼ିଆ ସେଲ୍ ସଂଯୋଜକ ପ୍ରଶାନ୍ତ ସାହୁ,ମମତା ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

© 2023 Odisha Taza News.