୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଖୋର୍ଦ୍ଧାରୋଡ଼ ଜିଆରପି ଥାନା ଅନ୍ତର୍ଗତ ଆରଗୁଳ ପାସେଞ୍ଜର ହଲ୍ଟ ନିକଟରେ ଟ୍ରେନ୍ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣପଡିଛି ଯେ ମୃତକ ଜଣକ ନିକଟସ୍ଥ ବିଶିଆପଡା ନିବାସୀ ସନ୍ଥ ମହାପାତ୍ର ୬୮ବର୍ଷ ସକାଳୁ ଉଠି ବିଲକୁ ଯାଉଥିଲେ।ରେଳାଲାଇନ ପାର ହୋଇ ଗଲାବେଳେ କୁହୁରା ଯୋଗୁଁ କୋଉ ଦିଗରୁ ଟ୍ରେନ ଆସୁଛି ଜାଣି ନ’ପାରି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ଖୋର୍ଦ୍ଧାରୋଡ଼ ଜିଆରପି ଘଟଣା ସ୍ଥଳ ଅପ୍ ଲାଇନ୍ କିଲୋମିଟର ପିଲାର ନମ୍ବର ୪୬୦/୨୭ ଅରଗୁଳ ପାସେଞ୍ଜର ହଲ୍ଟ ଠାରେ ପହଞ୍ଚି ଶବ ଟିକୁ ଜବତ୍ କରି ଖୋର୍ଦ୍ଧାରୋଡ଼ ଜିଆରପି ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୪/୨୩ରେ ମକଦ୍ଦମା ରୁଜୁକରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକି୍ସାଳୟକୁ ପଠାଇଥିଲେ।ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି।ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଡି ଡି ପ୍ରଧାନ କହିଛନ୍ତି।