No Result
View All Result
୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବାଗପୁର ଗ୍ରାମରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ବାଗପୁର ଗ୍ରାମର ବେଣୁଧରଙ୍କ ପତ୍ନୀ ଚମ୍ପା ନିଜର କପା ତୋଳିବା ପାଇଁ ସକାଳୁ ଜମିକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିକଟରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ତଥା ପରିବାର ବର୍ଗଙ୍କୁ ଖବର ଦେଇଥିଲେ।
ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଜନସମାଗମ ହେବାସହ ଲୋକେ ଉତ୍ୟକ୍ତ ହୋଇ ଭବାନୀପାଟଣା ଭାୟା ନର୍ଲା ବାଲିପଡା ଦେଇ ମ. ରାମପୁର ଯାଇଥିବା ରାଜ୍ୟ ରାଜପଥରେ ଟାୟାର ଜାଳି ତଥା କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିଥିଲେ। ଲୋକଙ୍କ ଦାବି ମୁତାବକ ଜଙ୍ଗଲ କର୍ମଚାରୀ ଠିକ୍ ଭାବରେ ନିଜ ଡ୍ୟୁଟି କରୁନ ଥିବାରୁ ଆଜି ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି।
ଏଣୁ ମୃତ ଚମ୍ପାଙ୍କ ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ, ଆବଶ୍ୟକ କ୍ଷତିପୂରଣ ଦେବାକୁ ଦାବି ରଖି ରାଜ୍ୟ ରାଜପଥକୁ ଆଜି ସକାଳୁ ଅବରୋଧ କରି ରଖିଛନ୍ତି।ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହି ପଥଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ କିଛି ନଶୁଣି ନିଜ ଜିଦରେ ଅଟଳ ରହିଥିଲେ।

No Result
View All Result