No Result
View All Result
୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ପ୍ରତିନିଧି ଅମୂଲ୍ୟ ବାରିକଙ୍କ ରିପୋର୍ଟ :- ନବୀନ ବାବୁଙ୍କ ସରକାର ଗରିବ ଲୋକଙ୍କ ପାଇଁ, ଯେତୋଟି କଲ୍ୟାଣ ମୂଳକ ଯୋଜନା କରିଛନ୍ତି ତା ମଧ୍ୟରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସର୍ବୋତ୍ତମ। ଏକଥା ଆମେ କହୁନାହୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ, ବିରୋଧୀ ଦଳ ସମସ୍ତେ ସ୍ବୀକାର କରୁଛନ୍ତି। ଏହାର ସୁଯୋଗ ନେଇ କିଛି ଖଳପ୍ରକୃତି ର ଲୋକ ନକଲି ନର୍ସିଂହୋମ ଓ ଡାକ୍ତରଖାନା ଖୋଲି ସରକାରୀ ଟଙ୍କା ହଡପ୍ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଘଟଣା 5T ସଚିବଙ୍କ ନଜରକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ପ୍ରଥମେ କଟକ ର ସାଉଥପଏଣ୍ଟ ନର୍ସିଂହୋମକୁ, କ୍ରାଇମବ୍ରାଞ୍ଚ ସିଲ୍ କରିବା ସହ ପାଞ୍ଚଜଣ କର୍ମଚାରୀଙ୍କୁ ଗିରଫ୍ କରିଛି। ଦ୍ବିତୀୟ ଅଭିଯୋଗ ଆସିଛି ଆଠଗଡର ପଣ୍ଡା ନର୍ସିଂହୋମ ବିରୁଦ୍ଧରେ। ଅଭିଯୋଗ ମିଳିବା ପରେ ପଣ୍ଡା ନର୍ସିଂହୋମ କୁ BSKY ତାଲିକାରୁ ବାଦ୍ ଦିଆଯାଇଛି। ସରକାରୀ ତଦନ୍ତ ଆରମ୍ଭ ହେବା ପରେ ଗତକାଲି ଠାରୁ ପଣ୍ଡା ନର୍ସିଂହୋମ ର ଡାକ୍ତର ଓ ମ୍ୟାନେଜରଙ୍କ ର ଦେଖା ମିଳୁନାହିଁ। ପଣ୍ଡା ନର୍ସିଂହୋମ ର BSKY କଣ୍ଟ୍ରୋଲ୍ ରୁମ ଓ ଅଧା କବାଟରେ ଚାବି ପଡିଥିବା ଦେଖିବାକୁ ମିଳୁଛି। ଖୁବ୍ ଶୀଘ୍ର ପଣ୍ଡା ନର୍ସିଂହୋମର ଲାଇସେନ୍ସ ବାତିଲ୍ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଆଠଗଡ ଓ ତିଗିରିଆ ଏବଂ ଏହାର ପାଖାପାଖି ନର୍ସିଂହୋମ ମାନଙ୍କ ଭିତରେ କୋକୁଆଭୟ ସୃଷ୍ଟି ହୋଇଛି।
No Result
View All Result