ବେଲପଡା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବେଲପଡା ବ୍ଲକ ବିଛୁବାହାଲି ଗ୍ରାମରେ 18 ତାରିଖ ଗୁରୁବାର ସକାଳ 10ଟାରେ ଆରମ୍ଭ ହୋଇଥିବା 48 ଘଣ୍ଟିଆ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଶନିବାର ସକାଳ 10ଟାରେ ପୂର୍ଣାହୁତି ସହ ସମ୍ପନ୍ନ ହୋଇଯାଇଛି । ପୂର୍ଣାହୁତି ପରେ ମହାପ୍ରସାଦ ସେବନରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ମୁଖ୍ୟ କର୍ତା ଶ୍ରୀ ନରହରି ମାଝୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପୁତୁଳି ମାଝୀ ଏବଂ ଚକାଡୋଳା ମାଝୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶୋଭାଗିନୀ ମାଝୀ ଏହି ପବିତ୍ର ନାମଯଜ୍ଞରେ ମୁଖ୍ୟ କର୍ତ୍ତା ରୂପେ ସାମିଲ ହୋଇଥିଲେ।

ଏହା ପୂର୍ବରୁ ଗତ 17 ତାରିଖ ବୁଧବାର ସନ୍ଧ୍ୟା 5ଟାରେ ଭବ୍ୟ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତତ୍ପରେ 18 ତାରିଖ ଗୁରୁବାର ସକାଳ 10ଟାରୁ ଅଖଣ୍ଡ ହରିନାମ ସଂକୀର୍ତନ ଆରମ୍ଭ ହୋଇଥିଲା। ଲଗାତାର 48 ଘଣ୍ଟା ଧରି ମୃଦଙ୍ଗ, କରତାଳ ଓ ହରିବୋଲ ଧ୍ୱନିରେ ପୁରା ଗାଁ ଭକ୍ତିମୟ ହୋଇପଡିଥିଲା। ଆବାଳ ବୃଦ୍ଧବନିତା ସମସ୍ତେ ଦିନ ରାତି ଏକ କରି ସଂକୀର୍ତନରେ ସାମିଲ ହୋଇଥିଲେ।

ପାଖ ଗାଁ ମାନଙ୍କରୁ ବି ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।ଏହି ଅବସରରେ ନାମଯଜ୍ଞ କମିଟିର ସଭାପତି ପବିତ୍ର ମାଝୀ କହିଛନ୍ତି, “ମହାପ୍ରଭୁ ଜଗନ୍ନାଥଙ୍କ ଅଶେଷ କୃପା ଓ ସମସ୍ତ ଗ୍ରାମବାସୀଙ୍କ ସହଯୋଗରୁ ଯଜ୍ଞ ସୁରୁଖୁରେ ସମ୍ପନ୍ନ ହେଲା । 48 ଘଣ୍ଟା ଗାଁ ଶୋଇନାହିଁ, ସମସ୍ତେ ହରିନାମରେ ମସଗୁଲ୍ ଥିଲେ।” ଆଜି ସକାଳେ ପୂର୍ଣାହୁତି ପରେ ଆୟୋଜିତ ମହାପ୍ରସାଦ ସେବନରେ ସମସ୍ତ ଭକ୍ତ ଏକାଠି ବସି ପ୍ରସାଦ ଗ୍ରହଣ କରିଥିଲେ।

ଭଣ୍ଡାର ଘର ଦାୟିତ୍ୱରେ ପବିତ୍ର ମାଝୀ, ଡମ୍ବରୁ ମାଝୀ, ଟଙ୍କଧର ମାଝୀ ଓ ହରି ମାଝୀ ଥିଲେ। ନାମଯଜ୍ଞ କମିଟି ସଦସ୍ୟଅଏବଲ ମାଝୀ, ତୁଲାରାମ ମାଝୀ, ମନମୋହନ ମାଝୀ, କୁବେର ମାଝୀ, ଜ୍ୟୋତି ପଧାନ, ଅନ୍ତରାମ ମାଝୀ, ଦେବାର୍ଚନ ମାଝୀ, ଗମ୍ଭୀର ମାଝୀ, ପୂର୍ଣ ମାଝୀ, ଆତ୍ମା ମାଝୀ, ଚନ୍ଦ୍ରସିକ ମାଝୀ, ଦୀର୍ଜେ ମାଝୀ, ଜୀବନ ମାଝୀ, ଜୟସିଂ ମାଝୀ, ପଦୁ ମାଝୀ, ଛବି ମାଝୀ, କପୁର୍ଚନ ମାଝୀ, ଅମର ମାଝୀ, ରମେଶ ମାଝୀ, ରବୀନ ମାଝୀ, ରଘୁନାଥ ମାଝୀ, ଲଳିତ ମୋହନ ମାଝୀ, ରାଏସିଂ ମାଝୀ, ମାୟାଧର ମାଝୀ, ବରୁଣ ପଧାନ,

ରମେଶ ବୁଦ୍ଧିଆ, ନେହେରୁ ବୁଦ୍ଧିଆ, ସୋମବାରୁ ବୁଦ୍ଧିଆ, ବିଦୁଆ ସାହୁ, ଚନ୍ଦ୍ର ମାଝୀ, ହୃଷୀ ମାଝୀ, ତ୍ରିପାଳ ମାଝୀ, ଝାଜମନ ମାଝୀ, ଡ଼ାକ ମାଝୀ, ହୀରା ମାଝୀ, ବିଘ୍ନେଶ୍ୱର ମାଝୀ, ପରମେ ମାଝୀ, ଗୋପାଳ ମାଝୀ, ନାରାନ ମାଝୀ, ଜୟଲାଲ ମାଝୀ, ପିତାମ୍ବର ସେଠ, ନରେନ୍ଦ୍ର ସେଠ, ପୂର୍ଣଚନ୍ଦ୍ର ସେଠ, ହଳଧର ସେଠ, ଲୁଚନ ମାଝୀ, କୈଳାଶ ମାଝୀ, ନବକିଶୋର ମାଝୀ, ରାଜୁ ପୁଟେଲ, ଡ଼ିଙ୍ଗର ମାଝୀ, ଦିଗବଳ ମାଝୀ, ଧନୀ ମାଝୀ, ଭଗତ ମାଝୀ,

ରଘୁ ମାଝୀ, ବାସୁଦେବ ପୁଟେଲ, ଅଲେଖ ପୁଟେଲ, ଜଳ ପୁଟେଲ, ଶେଷ ପୁଟେଲ, ଥୟ ମାଝୀ, ରୁପଲ ମାଝୀ, ବୈଷ୍ଣବ ମାଝୀ, ମହେଶ୍ୱର ମାଝୀ, ଲଳିତ ମାଝୀ, ଶୁକୃ ଚନ୍ଦନ, ଦୂତିଆ ସାହୁ, ଉଷାରାମ ମାଝୀ, ଦେବଚନ ମାଝୀ, ଯୁଧିଷ୍ଠିର ମେହେର, ଦେଓରାମ ମାଝୀ, ଖଗେଶ୍ୱର ମାଝୀ, ମହେଶ୍ୱର ମାଝୀ, ମୋହନ ମାଝୀ ପ୍ରମୁଖ ଦିନ ରାତି ସହଯୋଗ କରିଥିଲେ ।
















