ବ୍ରହ୍ମହେଶ୍ୱର ମନ୍ଦିର ପରିସରରେ ଜଳାଶୟ ନବୀକରଣ କାମ ସମୁଦାୟ 48କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ହୋଇଅଛି l
ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସାଂସଦ ,ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ଆନ୍ତର୍ଜାତୀୟ IPU କାର୍ଯ୍ୟବାହୀ ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ବ୍ରହ୍ମହେଶ୍ୱର ମନ୍ଦିର ପରିସରରେ ଜଳାଶୟ ବିପନ୍ନ ଅବସ୍ଥାରେ ଥିବା କାରଣରୁ ସାଂସଦ ମହୋଦୟା ଗତ ଜୁଲାଇ 2023 ରେ ପରିଦର୍ଶନ କରି ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ l ଏହି ନବୀକରଣ କାମ ସମୁଦାୟ 48କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ ହୋଇଅଛି l
ଏହି ଅବସରରେ ସମସ୍ତ ଅଧିକାରୀ ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର, କର୍ପୋରେଟର ନମିତା ମହାପାତ୍ର, ମଣ୍ଡଳ ସଭାପତି ଅମରଜ୍ୟୋତି ଜଗଦେବ,ବହୁ ନେତୃବୃନ୍ଦ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l ଏହି ଅବସରରେ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ Narendra Modi ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ G. Kishan Reddy ମହୋଦୟଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି l

© 2023 Odisha Taza News.