• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନର୍ଲା ଶିବ ମନ୍ଦିରର ଶିଳାଲେଖର ପାଠୋଦ୍ଧାର, କଳାହାଣ୍ଡି ଇତିହାସକୁ ନୂତନ ଆଲୋକ ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
January 19, 2023
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ନର୍ଲା ଶିବ ମନ୍ଦିରର ଶିଳାଲେଖର ପାଠୋଦ୍ଧାର, କଳାହାଣ୍ଡି ଇତିହାସକୁ ନୂତନ ଆଲୋକ ପ୍ରଦାନ
Share on FacebookShare on TwitterWhatsapp

ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଶୈବପୀଠ ଏକ ଐତିହାସିକ ପୁରାତନ କୀର୍ତ୍ତିରାଜିର ପ୍ରମୁଖ ସ୍ଥାନ ଅଟେ । ଏଠାରେ ଆବିଷ୍କୃତ ପୁରାତନ ଶିଳାଲେଖ କଳାହାଣ୍ଡି ଇତିହାସର ଏକ ନୂତନ ଦିଗକୁ ଆବିଷ୍କାର କରେ। ଗତ ୨୦୨୨ ଅପ୍ରେଲ ୨୬ ତାରିଖ ଦିନ ପ୍ରଚଣ୍ଡ ରୌଦ୍ରତାପରେ ସମ୍ବଲପୁରରୁ ପ୍ରାୟ ଦୁଇ ଶହ କିଲୋମିଟର ଯାତ୍ରା କରି ନର୍ଲାରେ ପହଞ୍ଚିଥିଲେ ବିଶିଷ୍ଟ କବି, ଐତିହାସିକ ତଥା ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶଶାଙ୍କ ଶେଖର ପଣ୍ଡା ।ନର୍ଲାସ୍ଥିତ ପ୍ରାଚୀନ ଶିବ ମନ୍ଦିର ବାହାର କାନ୍ଥରେ ଆବହମାନ କାଳରୁ ରହିଥିବା ପ୍ରସ୍ତର ଶିଳାଲେଖର ପାଠୋଦ୍ଧାର କରିବା ପାଇଁ ବିଶିଷ୍ଟ ଐତିହାସିକ ମ.ରାମପୁରର ମିହିରେନ୍ଦ୍ର ପ୍ରତାପ ସିଂହଦେଓ ଏବଂ ସ୍ଥାନୀୟ ସାମ୍ବାଦିକ ପ୍ରଦୀପ କୁମାର ଗଉଡ, ଶୁଶାନ୍ତ ଚାନ୍ଦଙ୍କର ସହାୟତା କ୍ରମେ ତଥା ଶିବମନ୍ଦିର ପରିଚାଳନା କମିଟିର ସହଯୋଗରେ ଏହି ପ୍ରସ୍ତର ଶିଳାଲେଖରେ ସମୟକ୍ରମେ ଲାଗିଥିବା ଚୁନର ବହଳ ପ୍ରଲେପ ପରିସ୍କାର କରି ଓଡ଼ିଶାର ବିଶିଷ୍ଟ ଲିପିତତ୍ବବିତ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟଙ୍କ ନିକଟକୁ ଶିଳାଲେଖର ଫଟୋ ଚିତ୍ରମାନ ପାଠୋଦ୍ଧାର ପାଇଁ ପ୍ରେରଣ କରିଥିଲେ ।

ଏହି ଶିଳାଲେଖଟି ଦ୍ଵାଦଶ ଶତାବ୍ଦୀରେ କମଳମଣ୍ଡଳ ଶାସନ କରୁଥିବା ରାଜା ମଦନ ମହାଦେବଙ୍କର ବୋଲି ପୂର୍ବରୁ ଐତିହାସିକ ମାନଙ୍କର ଧାରଣା ରହିଥିଲା। କେବଳ ବିଶ୍ଵବିଖ୍ୟାତ ଲିପିତତ୍ବବିତ ପଣ୍ଡିତ ସତ୍ୟନାରାୟଣ ରାଜଗୁରୁ ୧୯୪୮ ମସିହାରେ ନର୍ଲା ଶିବ ମନ୍ଦିରର ଏହି ଶିଳାଲେଖ ସଂପର୍କରେ ସେ ବଲାଙ୍ଗୀରରୁ ପ୍ରକାଶ ପାଉଥିବା କଳିଙ୍ଗ ହିଷ୍ଟୋରିକାଲ ସୋସାଇଟି ଜଣ୍ଣାଲରେ ପ୍ରକାଶିତ ତାଙ୍କର ଗ୍ରସ୍ତ ବିବରଣୀରେ ତିନିଧାଡିର ରିପୋର୍ଟରେ ଏହି ଶିଳାଲେଖ ଜଣେ ରାଣୀ ଜମିଦାନ କରିଥିବା ସୂଚନା ପ୍ରଦାନ କରିଥିଲେ । ରାଜଗୁରୁଙ୍କ ସମ୍ୟକ ଧାରଣା ଏବେ ଏହି ଶିଳାଲେଖର ପାଠୋଦ୍ଧାର ପରେ ସତ୍ୟ ପ୍ରମାଣିତ ହୋଇଛି। ନର୍ଲା ଶିଳାଲେଖର ପାଠୋଦ୍ଧାରରୁ ଜଣାପଡିଛି ଯେ ରାଜଜନନୀ ଶ୍ରାବକ ମହାଦେବୀ ମହାମାଣ୍ଡଳିକ ଶାଂକିଲ୍ୟଙ୍କର ରାଜତ୍ୱର ଷଷ୍ଠ ବର୍ଷରେ ଏହି ଭୂମିଦାନ କରିଥିଲେ । ଶିଳାଲେଖରେ ଶାଂକିଲ୍ୟଙ୍କୁ ସ୍ତମ୍ଭେଶ୍ଵରୀ ବରଲବଧ ପ୍ରସାଦ ରାଷ୍ଟ୍ରକୁଟ ତିଲକ ଭାବରେ ଉଲ୍ଲେଖ କରାଯାଇଛି । ଏହି ଶିଳାଲେଖଟି ନବମ ଶତାବ୍ଦୀର ଦେବନାଗରୀ ଲିପିରେ ଲିଖିତା ସୋମବଂଶୀ ଶାସନର ପ୍ରତିଷ୍ଠାତା ମହାରାଜାଧିରାଜ ଶ୍ରୀ ଜନ୍ମେଜୟଙ୍କର ରାଜତ୍ୱର ତେଇଶ ବର୍ଷରେ କୋଲ୍ଲେଡ ମଣ୍ଡଳରୁ ଶାସନ କରୁଥିବା ସାମନ୍ତ ରାଷ୍ଟ୍ରକୁଟ ବଂଶୀୟ ଦେବପ୍ୟଙ୍କର ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ସଂରକ୍ଷିତ ତ୍ରିଫଳୀ ତାମ୍ର ଶାସନରେ ସେ ନିଜକୁ ରାଷ୍ଟ୍ରକୁଟ ତିଳକ ରାଣକ ଶ୍ରୀ ଶାଂକିଲ୍ୟଙ୍କ ପୁତ୍ର ଭାବରେ ଅଭିହିତ କରିଛନ୍ତି ।

ଶ୍ରୀ ଶାଂକିଲ୍ୟଙ୍କୁ ସେ ମହାରାଜାଧିରାଜ ମହାମଣ୍ଡଳେଶ୍ଵର ଭାବରେ ଉଲ୍ଲେଖ କରିଥିବାରୁ ଶ୍ରୀ ଶାଂକିଲ୍ୟ ଯେ ସୋମବଂଶୀ ମହାରାଜା ଜନ୍ମେଜୟ ୮୫୦ ସାଲ ଆଡ଼କୁ ପଶ୍ଚିମ ଓଡ଼ିଶାରେ ସୋମବଂଶୀ ଶାସନର ପ୍ରତିଷ୍ଠା କରିବା ବେଳକୁ ରାଷ୍ଟ୍ରକୁଟ ବଂଶୀୟ ଶାଂକିଲ୍ୟ ତେଲନଦୀ ଉପତ୍ୟକାର ନର୍ଲା ଆଦି ଅଞ୍ଚଳକୁ ଜଣେ ସାର୍ବଭୌମ ରାଜା ଭାବରେ ଶାସନ କରୁଥିଲେ ଏ କଥା ନିଶ୍ଚିତ ଭାବରେ କୁହାଯାଇ ପାରେ ।

ଏହି ରାଷ୍ଟ୍ରକୁଟମାନେ କର୍ଣ୍ଣାଟକର ମୟୁରଖଣ୍ଡିରୁ ଶାସନ କରୁଥିବା ରାଷ୍ଟ୍ରକୁଟ ସମ୍ରାଟ ଗୋବିନ୍ଦ ତୃତୀୟଙ୍କର ୮୧୨ ସାଲରେ ଉତ୍ତର ଭାରତ ସାମରିକ ଅଭିଯାନ ସମୟରେ ପାଣ୍ଡୁ ବଂଶୀ ସାମ୍ରାଜ୍ୟର ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଦଖଲ କରି ଭବାନୀପାଟଣାରୁ ସୋନପୁର ମଧ୍ୟରେ ତାଙ୍କ ବଂଶର ଶକ୍ତିଶାଳୀ ବୀର ରାଷ୍ଟ୍ରକୁଟ ଯୋଦ୍ଧା ମାନଙ୍କୁ ମଣ୍ଡଳ ଗଠନ କରି ମହାମାଣ୍ଡଳିକ ଭାବରେ ଶାସନ କରିବା ପାଇଁ ଅବସ୍ଥାପିତ କରିଥିଲେ। ତେଣୁ କରି ରାଷ୍ଟ୍ରକୁଟ ମାଙ୍ଗଳିକ ମାନଙ୍କର ଗ୍ରାମଦାନ ତ୍ରିଫଳୀ ତାମ୍ର ଫଳକ ଗୁଚ୍ଛମାନ ମାଟିତଳୁ କଳାହାଣ୍ଡି ଜିଲ୍ଲାର ତେରେସିଂଘା,ରିଷିଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ତରଭା ,ଦେଓଗାଁ,କମଳପୁର ଓ ସମ୍ବଲପୁର ସହର ନିକଟରୁ ଆବିଷ୍କୃତ ହୋଇଛି।ନର୍ଲା ଶିବ ମନ୍ଦିର ପ୍ରସ୍ତର ଲେଖା ରାଷ୍ଟ୍ରକୁଟ ମାନଙ୍କର ପ୍ରଥମ ଶିଳାଲେଖ ଅଟେ। ଏହି ଶିଳାଲେଖର ପାଠୋଦ୍ଧାରରୁ ଜଣାପଡେ ଯେ କଳାହାଣ୍ଡି ମଧ୍ୟ ପାଣ୍ଡୁବଂଶୀ ମାନଙ୍କର ସାମ୍ରାଜ୍ୟର ଅଂଶ ବିଶେଷ ଥିଲା। ଯେଉଁ ମାନଙ୍କ ସମୟରେ ସମ୍ଭବତଃ ଶେଷ ଶକ୍ତିଶାଳୀ ରାଜା ଶିବଗୁପ୍ତ ବାଲାର୍ଜୁନଙ୍କର କୈାଣସି ଦୁର୍ବଳ ଉତ୍ତରାଧିକାରୀଙ୍କ ଶାସନ କାଳରେ କୋଶଳର ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ରାଷ୍ଟ୍ରକୁଟ ସମ୍ରାଟ ଗୋବିନ୍ଦ ତୃତୀୟ ତାଙ୍କର ଉତ୍ତର ଭାରତ ସାମରିକ ଅଭିଯାନ କାଳରେ ଅଧିକାର କରି ନେଇଥିଲେ।

ସୂଚନା ଓ ତଥ୍ୟ : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ (ଶଶାଙ୍କ ଶେଖର ପଣ୍ଡା)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version