No Result
View All Result
ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ଆଦିବାସୀ ସଂସ୍କୃତିର ମହାନବାର୍ତ୍ତାବହ ବଳିଷ୍ଠ ବାର୍ଷିକ ପତ୍ରିକା ଭୀମା ରାଜ୍ୟ ସ୍ତରୀୟ ମହୋତ୍ସବ କୁଶୁର୍ଲା ମକରମେଳା ଠାରେ ଉନ୍ମୋଚିତ ହୋଇଥିଲା। ବୈଦ୍ୟରାଜ ପବିତ୍ର ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସମ୍ମାନୀୟ ଅତିଥି ଡ଼. ନୃପରାଜ ସାହୁ, ଉଦୟମାନ ଯୁବ ନେତା ନୀଳମାଧବ ସିଂଦେଓ, ଭରତ ଚନ୍ଦ୍ର ଧରୁଆ,ଡ଼. ଘାସିରାମ ମିଶ୍ର, ନାରୀନେତ୍ରୀ ଗୀତାଞ୍ଜଳି ଭୋଇ,ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଶିକ୍ଷାବିତ ସଞ୍ଜୀବ କୁମାର ନାଏକ, ପୂର୍ଣ୍ଣଚନ୍ଦ୍ର ମାଝୀ, ସୁରେଶ ଭୋଇ, ସଭାକର ଜାନୀ, ନୈଋତ ଜାନୀ, ସୁଶାନ୍ତ ଜାନୀ, ପ୍ରଦୀପ କହଁର, ସୁରେନ୍ଦ୍ର ଭୋଇ, ମୁଖ୍ୟ ବକ୍ତା ତଥା ପ୍ରଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଯୋଗଦାନ କରି ଆଦିବାସୀ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରିଥିଲେ।
ଭୀମା ପତ୍ରିକାର ପ୍ରତିଷ୍ଠାତା, ମୁଖ୍ୟ ସମ୍ପାଦକ ତଥା କନ୍ଧ ସଂସ୍କୃତିର ଗବେଷକ ମେଦିନୀଧର ଜାନୀ ଭୀମା ମହୋତ୍ସବର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିବରଣୀ ପଠନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଲଲିତ ମୋହନ ଭୋଇ, ଡମ୍ବରୁଧର ମାଝୀ ଓ କ୍ଷିତୀଶ ଚନ୍ଦ୍ର ମାଝୀ। ଏହି ଅବସରରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଡ. ଘାସିରାମ ମିଶ୍ର, ଭରତ ଚନ୍ଦ୍ର ଧରୁଆ,ଡ଼. ଅଜିତ କୁମାର ବେହେରା, ଡ଼.କୈ।ତୁକ ପନ୍ଦର, କବି କୁଳମଣି ସାହୁ, ସୁରେଶ ଚନ୍ଦ୍ର ଭୋଇ, ଲଲିତ ମୋହନ ଭୋଇ,କ୍ଷୀତିଶ ଚନ୍ଦ୍ର ମାଝୀ, ସାମ୍ବାଦିକ ଉମାଶଙ୍କର କର, ମନୋଜ ଷଡ଼ଙ୍ଗୀ, ପ୍ରଦୀପ କହଁର, ସତ୍ୟନାରାୟଣ ପଣ୍ଡା ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଥିରେ ସାହିତ୍ୟିକ କୁଳମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ଵିତୀୟ ଅଧିବେଶନରେ କବିତା ଆସରରେ କବି ଓ କବିୟତ୍ରୀଗଣ କବିତା ପାଠ କରିଥିଲେ। ଏଥିରେ ପୂର୍ଣ୍ଣସହଯୋଗ କରିଥିବା ମକରମେଳା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ଉପଢୌକନ ସହ ସମ୍ମାନିତ କରାଯାଇଥିଲା। ଯୋରାଡୋବରା ଆଦିବାସୀ ସଭାପତି ଭୀମ ଭୋଇ,ବାଦୁଲୁ ଜାନୀ, ଚୈତନ୍ୟ ଭୋଇ, ନନ୍ଦି କିଶୋର ମାଝୀ , ଜଳନ୍ଧର ମାଝୀ, ଶ୍ୟାମ ମାଝୀ ସହ ଅନେକ ଆଦିବାସୀ ଭାଇମାନେ ଯୋଗଦାନ କରିଥିଲେ। ଶିଶୁ ପ୍ରତିଭା ମାନଙ୍କ ମଧ୍ୟରେ ପ୍ରଜ୍ଞେଶ ପ୍ରାଞ୍ଜଳ ଜାନୀ,ଆଦ୍ୟାଶି ପନ୍ଦର, ଗିରି ବଲ୍ଲଭ ମାଝୀ ,ରୋଜାଲି ମାଝୀଙ୍କୁ ଉଲ୍ଲେଖନୀୟ ଚିତ୍ରକଳା ପାଇଁ ପୁରସ୍କୃତ କରାଯାଇଛି। ସଂଧ୍ୟା ସମୟରେ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଶେଷରେ, ଲଲିତ ମୋହନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result