No Result
View All Result
ଉଠେଇନେଲା ପୋଲିସ, କ୍ୟାପିଟାଲ ଥାନାରେ ଧାରଣା, ସୋମବାର ଆଲୋଚନା ନିଷ୍ପତି ପରେ ଅନଶନ ସ୍ଥଗିତ
୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସାତ ଦଫା ଦବୀରେ ଓଡିଶା ଅଭିଭାବକ ମହାସଙ୍ଘ ମନ୍ତ୍ରୀ ସମୀର ଦାସଙ୍କ ୟୁନିଟ 1 ବାସଭବନ ସମୁଖରେ ଆମରଣ ଅନଶନ ରେ ବସିଥିଲା l ହକି ଚାଲିଥିବାରୁ ପୋଲିସ ଶତାଧିକ ପୋଲିସ ନେଇ ସେଠାରେ ପୂର୍ବରୁ ପ୍ରସ୍ତୁତି ହୋଇ ରହିଥିଲା l ଦାବୀ ଗୁଡିକ ହେଲା 1-1996 ରିଜଲୁଶନ ଅନୁସାରେ ସ୍କୁଲ ପ୍ରଦାନ କରୁଥିବା ସୁବିଧା ଅନୁଯାଇ ସ୍କୁଲଫିସ ନିର୍ଧାରଣ,2- ମାନ୍ୟବର ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ କୋଭିଡ ଜନିତ ସ୍କୁଲଫିସ ହ୍ରାସର ସ୍କୁଲରେ କାର୍ଯ୍ୟକାରୀ ନେଇ ରିପୋର୍ଟ ପ୍ରଦାନ,3- ବେଆଇନ ପ୍ରାଇଭେଟ ସ୍କୁଲକୁ ବନ୍ଦ କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ
,4- ଆରଟିଇରେ ପ୍ରାଇଭେଟ ସ୍କୁଲରେ 25% ନିଃଶୁଳ୍କ ସିଟ ରେ ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲକୁ ବର୍ଷସାରା ଆବେଦନ ପାଇଁ ଖୋଲାରଖିବା,ବହି,ଡ୍ରେସ, ଜୋତା,ମଧ୍ୟାହ୍ନ ଭୋଜନ ଦେବା l ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢିବା ବ୍ୟବସ୍ଥାକୁ ଛତିଶଗଡ ଓ ଦିଲ୍ଲୀ ଭଳି ନବମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି l 5- ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ସ୍କୁଲବ୍ୟାଗ ଓଜନ ନିୟମ କଡାକଡି ଲାଗୁ ସହ ଏନସିଇଆରଟି ବହିରେ ପାଠ ପଢ଼ାଯାଉ l 6- ପ୍ରାଇଭେଟ ସ୍କୁଲର ସମସ୍ତ ଆୟବ୍ୟୟର ହିସାବ ସରକାରଙ୍କ ଦ୍ୱାରା ଅଡିଟ କରାଯାଉ 7-ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାଇ ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀକୁ ଦଶମ ଶ୍ରେଣୀରୁ କ୍ଲାସ ପ୍ରମୋସନ ହିସାବରେ ନିଆଯାଇ ଆଡ଼ମିସନ କରାଯାଉ l ଏହି ସାତ ଦଫା ଦାବୀ ନେଇ ଆଜି ଓଡିଶା ଅଭିଭାବକ ମହାସଂଘ ଦିନ 10:30 ସମୟରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସଙ୍କ ବାସଭବନ ସମୁଖରେ ଆମରଣ ଅନଶନରେ ବସିଥିଲା l
ପୂର୍ବରୁ ମଧ୍ୟ ମନ୍ତ୍ରୀଙ୍କ ବାସଭବନ ସମୁଖରେ ସେପ୍ଟେମ୍ବର 12ତାରିଖରେ ସମାନ ସାତ ଦଫା ଦାବିରେ ଆମରଣ ଅନଶନ ଓ ଧାରଣା ଦେଇଥିଲା ମନ୍ତ୍ରୀ ମହୋଦୟଙ୍କ ସହିତ ସେଦିନ ଆଲୋଚନା ପରେ ସେପ୍ଟେମ୍ବର 20 ତାରିଖ ଦିନ ଲୋକସେବା ଭବନରେ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ତାଙ୍କ ଅଧ୍ୟକ୍ଷତା ରେ ବିଭାଗୀୟ ଶାସନ ସଚିବଙ୍କ ସହିତ ସମସ୍ତ ନିର୍ଦେଶକ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇ କାର୍ଯ୍ୟକାରୀ କରିବାକୁ ନିଷ୍ପତି ହୋଇଥିଲା l ହେଲେ ଗଣଶିକ୍ଷା ବିଭାଗ ସେମିତି କିଛି ତ୍ୱରିତ ପଦକ୍ଷେପ ନନେବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବିଭାଗକୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୁପାରିଶ କରିଥିଲl l ହେଲେ ଆଜି ପର୍ଯ୍ୟନ୍ତ କୌଣସି ଉତ୍ସାହ ଜନକ ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଆଜି ପୁନର୍ବାର ମହାସଂଘ ଆମରଣ ଅନଶନରେ ବସିଥିଲା l
ହେଲେ ହକିକୁ ଆଳ ଦେଖାଇ କମିସନରେଟ ପୋଲିସ ଶତାଧିକ ପୋଲିସ କର୍ମୀଙ୍କୁ ଲଗାଇ ଜୋର ଜବରଦସ୍ତ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, କାର୍ତିକ ସାହୁ, ରମେଶ ଭାରତୀ ଆଦି କର୍ମକର୍ତା ମାନଙ୍କୁ ଉଠେଇ ନେଇଥିଲା l ବାସୁଦେବ ଭଟ୍ଟ ଆହତ ହୋଇ ଚିକିତ୍ସାରେ ଅଛନ୍ତି l ହେଲେ ମହାସଂଘର ଶତାଧିକ କର୍ମକର୍ତା କ୍ୟାପିଟାଲ ଥାନାରେ ପୁଣି ଅନଶନ ରେ ବସି ରହିଥିଲେ l ପରେ ବିଭାଗୀୟ ଅଧିକାରୀ ଓ ପୋଲିସର ଚେଷ୍ଟାରେ ଆଜି ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଅlସ୍ବତୀ ଏସ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ରାଉତରାୟଙ୍କ କାର୍ଯ୍ୟାଳୟରେ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ, ସତ୍ୟଜିତ ଦାସ, କାର୍ତିକ ସାହୁ, ସତ୍ୟବ୍ରତ ପରିଜା, ରଶ୍ମିରଂଜନ କାନୁନଗୋ ପ୍ରଦୀପ୍ତ ମିଶ୍ର ଆଦି ଉପସ୍ଥିତ ରହି ସମସ୍ତ ଦାବୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l
ଆସନ୍ତା 16 ତାରିଖ ସୋମବାର ଦିନ ସଚିବଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା ହୋଇ କାର୍ଯ୍ୟକାରୀ ପାଇଁ ନିଷ୍ପତି ଗ୍ରହଣ ହେବ ବୋଲି ଆଲୋଚନା ହେବା ପରେ ଅନଶନ ସ୍ଥଗିତ ରହିଛି l ସୋମବାର ପରେ ମହାସଂଘ ପରବର୍ତୀ ପଦକ୍ଷେପ ନେବ ବୋଲି ଘୋଷଣା କରାଯାଇଛି l ମହାସଂଘ ର ଆଇନ ପରାମର୍ଶଦାତା ଆଦିଶl ମହାନ୍ତି ଯୋଗ ଦେଇ ପୋଲିସ ସହିତ ଆଲୋଚନା କରିଥିଲେ l ଆଜିର ଏହି ଆମରଣ ଅନଶନରେ ମହାସଂଘର ସହ ଅଧକ୍ଷ ସ୍ୱପ୍ନେନ୍ଦୁ ସାମନ୍ତରାୟ, ଶଙ୍କର ସାମନ୍ତରାୟ,ଅଶୋକ ପାଇକରାୟ,ତାପସ ଦାସ, ଶିଶିର ସାହୁ, କଳ୍ପନା ସାହୁ, ଦେବାଶିଷ ବସନ୍ତିଆ,ପ୍ରଦୀପ ରାଉତ, ଅଶୋକ ପଟନାୟକ, ଜି ସୁନିତା, ମିଲି ସାହୁ, ରେଣୁକା ମଙ୍ଗରାଜ, ମୀନାରାଣୀ, ଶୁଚିସ୍ମିତା ଜେନା, ସ୍ଵର୍ଣ୍ଣଲତା ସାହୁ, ବନ୍ଦନା ବାରିକ, ପ୍ରଫୁଲ୍ଲ ବଡ଼ସେଠ, ବେଦମତି, ଶୁଭଲକ୍ଷ୍ମୀ ମୁଦୁଲି, ଜଳଧର ସ୍ୱାଇଁ, ପ୍ରୀତି ମହାନ୍ତି, ମୌନବତୀ ରାଉତ, ସ୍ଵାଗତିକା ସାହୁ, ଦେବେନ୍ଦ୍ର ବେହେରା ଆଦି ଯୋଗଦେଇଥିଲେ l
No Result
View All Result