No Result
View All Result
୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ )କଳାହାଣ୍ଡି :- ପବିତ୍ର ମକର ସଂକ୍ରାନ୍ତି ଅବସରରେ ନର୍ଲା ବ୍ଲକ ଅନ୍ତର୍ଗତ ଭୀମକେଲା ରାମେଶ୍ଵର ପୀଠରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । ମକର ସଂକ୍ରାନ୍ତି ଦିନ ମହାଦେବଙ୍କ ଠାରେ ମକର ଚାଉଳ ପ୍ରସାଦ ଲାଗି ହୋଇଥିଲା । ପରେ ଗ୍ରାମର ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ହରିହର ମିଳନ ପର୍ବ ଅନୁଷ୍ଠିତ ହୋଇ ହରିହର ପ୍ରତିମା ଗ୍ରାମ ପରିକ୍ରମା କରାଯାଇଥିଲା । ନାମ ଯଜ୍ଞରେ ଭଟାଙ୍ଗ, ମଧୁପୁର,ସୁରିଙ୍ଗପଦର, ବଡ଼ ଗୁଣ୍ଡୁରି,ନକଟିଗୁଡା,ଜୁରକାଭଟ୍ଟା ଆଦି ସଂର୍କିତନ ମଣ୍ଡଳୀ ଯୋଗଦାନ କରି ହରିରାମ ଜପ କରିଥିଲେ ।ଏଥିରେ ପ୍ରହର କର୍ତ୍ତା ରୂପେ ବିଘ୍ନରାଜ ଭୋଇ ଓ ତାଙ୍କ ଧର୍ମପତ୍ନୀ ବୈଜୟନ୍ତ ଭୋଇ ଦାୟିତ୍ଵ ନିର୍ବାହ କରିଥିଲେ । ମନ୍ଦିର ପୂଜା କମିଟି ସଭାପତି ଗଣ୍ଡାରାମ ଜାଳ, ସମ୍ପାଦକ ବିଜୟ ବୈଠାରୁ, କୋଷାଧ୍ୟକ୍ଷ ଭାଗ୍ୟବନ୍ତ ମାଝୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନାମ ଯଜ୍ଞ ସମାପନ ହେବବୋଲି କୋଷାଧ୍ୟକ୍ଷ ଶ୍ରୀ ମାଝୀ ଜଣାଇଛନ୍ତି । ଗ୍ରାମର ଉଦେନାଥ ଭୋଇ, ଝଜ ସା, କେଶବ ଭୋଇ, ରୋହିତ ସ୍ବାଇଁ, ନିତ୍ୟାନନ୍ଦ ସାହୁ, ଶେଷଦେବ ପୋଢ, ଲକ୍ଷ୍ମଣ ଗଉଡ, ଜୟନ୍ତ ଗଉଡ, କନ୍ଦ ସାହୁ, ଗୋପାଳ ପଧାନ ପ୍ରମୁଖ ସହ ଉପସ୍ଥିତ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ ।
No Result
View All Result