୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ଲକ୍ଷ୍ମୀନଗର ସ୍ଥିତ ପଂଚାୟତ ହିଙ୍ଗୁଳା ଉଚ୍ଚବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ସଂଘ ପକ୍ଷରୁ ଆଲୁମିନି କପ୍ -୨୦୨୩ ଶନିବାର ପୂର୍ବାହ୍ନରେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉଦ୍ଘାଟନ ହୋଇଛି । ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଆରାଧ୍ୟା ଦେବୀ ମା ହିଙ୍ଗୁଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ମଶାଲ ଶୋଭାଯାତ୍ରା ଏବଂ ଏକ ଏକତା ରାଲି ମା ହିଙ୍ଗୁଳାଙ୍କ ପୀଠରୁ ବାହାରି ଲକ୍ଷ୍ମୀନଗର ଗ୍ରାମର ମା ଦୁର୍ଗାଙ୍କ ପୀଠ ଏବଂ ସେଠାରୁ ବିଦ୍ୟାଳୟ ଅଭିମୁଖେ ପହଂଚି ଥିଲା ।
ବିଦ୍ୟାଳୟ ପରିସରରେ ପହଂଚି ବିଦ୍ୟାଳୟ ପ୍ରାଙ୍ଗଣରେ ସମସ୍ତ ୩୫ ଗୋଟି ବ୍ୟାଚର ଛାତ୍ରମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା । ଏହାପରେ ଏକ ମିଳିତ ଶୋଭାଯାତ୍ରାରେ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ଖେଳପଡିଆକୁ ପାଛୋଟି ନିଆଯାଇଥିଲା । ଖେଳପଡିଆରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବପ୍ରକାଶ ସାହୁ ଆନୁଷ୍ଠାନିକ ଭାବେ କ୍ରୀଡା ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ପରେ ପୁରାତନ ବିଦ୍ୟାର୍ଥୀମାନେ ଶିକ୍ଷକମାନଙ୍କୁ ମଂଚ ଉପରକୁ ପାଛୋଟି ନେବା ସହିତ ଉତରୀୟ, ଫୁଲତୋଡ଼ା ଏବଂ ମାନ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହାପରେ ପୂର୍ବ ସୂଚୀ ଅନୁଯାୟୀ ମ୍ୟାଚ ଆରମ୍ଭ ହୋଇଥିଲା । ଉଦଘାଟନୀ ମ୍ୟାଚରେ ୩୫ଟି ବ୍ୟାଚ ଭାଗ ନେଇଥିଲା ବେଳେ ୨୦୧୯ ସହିତ ୨୦୨୧ର ମ୍ୟାଚ ଅନୁଷ୍ଠିତ ହେଇଥିଲା ବେଳେ ୨୦୨୧ ବିଜୟ ଲାଭ କରିଥିବାବେଳେ ୨୦୨୨କୁ ହରାଇ ୨୦୨୦,୨୦୧୧କୁ ହରାଇ ୨୦୧୩,୨୦୧୪କୁ ହରାଇ ୨୦୧୨,୨୦୧୫କୁ ହରାଇ ୨୦୧୮,୨୦୧୭କୁ ହରାଇ ୨୦୧୬,୨୦୦୭କୁ ହରାଇ ୨୦୦୮ ପ୍ରମୁଖ ୧୬ଦଳ କ୍ୱାଟର ଫାଇନାଲକୁ ଉନ୍ନିତ ହୋଇଛନ୍ତି ା
ଶନିବାରର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଯଦୁନାଥ ତ୍ରିପାଠୀ,ହଳଧର ପଣ୍ଡା, ଲକ୍ଷ୍ମୀଧର ପାଣିଗ୍ରାହୀ, ଶିକ୍ଷକ କାଳନ୍ଦୀ ଭଂଜ, ଉତମ କୁମାର ସାହୁ,ରାଘବ ଚନ୍ଦ୍ର ସାହୁ, ସୂର୍ଯ୍ୟମଣି ରାଉତ, ବେଣୁଧର ରଣା ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ସଂଯୋଜକ ଆଲେକଜାଣ୍ଡାର ଦାସ,ଅକ୍ଷୟ ସାହୁ, ଜ୍ୟୋତିପ୍ରକାଶ ରାଉତ, ଗୋବର୍ଦ୍ଧନ ନାୟକ, ଗୁରୁପ୍ରସନ୍ନ ସାହୁ, ନୁଣ୍ଡୁ ଚରଣ ଚରଣ ସାହୁ, ପୂ ଣ୍ଣ ର୍ଚନ୍ଦ୍ର ସାହୁ,
ଜିତେନ୍ଦ୍ର ବେହେରା, ବିଭୂତିଭୁଷଣ ସାହୁ, ଧରଣୀଧର ସାହୁ, ଜୟୀରାମ ବେହେରା, ମଦନମୋହନ ବେହେରା, ରମାକାନ୍ତ ବେହେରା, ଅଞ୍ଜନ ସାମଲ ପ୍ରମୁଖ ଆଲୋଚନା ପୂର୍ବକ ଏକପ୍ରସ୍ତୁତି ଖସଡା ପ୍ରଣୟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ସାହୁ, ଅଭିମନ୍ୟୁ ବ୍ରହ୍ମ, ରମେଶ ଦାସ, ପ୍ରତାପ ବିଶ୍ୱାଳ, ବିପିନ ବିଶ୍ୱାଳ, ଦୁର୍ଗାପ୍ରସାଦ ରଥ, ପୂ ଣ୍ଣ ର୍ଚନ୍ଦ୍ର ପାଢୀ, କାହ୍ନୁଚରଣ ରଣା, ସତ୍ୟାନନ୍ଦ ସାହୁ, ଗଗନ ଜେନା, ରଜତ ନାୟକ,
କାର୍ତିକ ଦାସ, ରଘୁନାଥ ପାତ୍ର, ସଞ୍ଜୟ କୁମାର ଜେନା, ସୂର୍ଯ୍ୟପ୍ରକାଶ ବଳ, ବିକାଶ ସାହୁ, ଦେବପ୍ରସାଦ ସ୍ୱାଇଁ, ପ୍ରକାଶ ସାହୁ, ଧୀରେନ୍ଦ୍ର ସ୍ୱାଇଁ, ବିକାଶ ସାହୁ, ହୃଷିକେଶ ମହଲା, ଶାଶ୍ୱତ ସାହୁ, ଶିବପ୍ରସାଦ ମହାନ୍ତି, ବାପିନ ବେହେର,ମୁରଲୀଧର ପାଢୀ, ନାରାୟଣଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ସାହୁ, ଦୀପକ ସାହୁ, କରୁଣାକର ପତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

© 2023 Odisha Taza News.