୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ଆରମ୍ଭ ହୋଇଛି “ସଡ଼କ ସୁରକ୍ଷା ସପ୍ତାହ”(ଜାନୁଆରୀ ୧୧ ରୁ ଜାନୁଆରୀ ୧୭)। ଏହି ଅବସରରେ ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ଵାରା ସହରର ବିଭିନ୍ନ ସ୍ଥାନ ମାନଙ୍କରେ ଚାଲୁଅଛି ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ। ଆଜି ପୁରୀ ବସ୍ ଷ୍ଟାଣ୍ଡ ଓ ପୋଲିସ ହାଇ ସ୍କୁଲ ରେ ଏହା ଅନୁଷ୍ଠିତ ହୋଇଯାଇଛି ।
ପୁରୀ ବସ୍ ଷ୍ଟାଣ୍ଡ ପରିସରରେ ଟିଭି ମାଧ୍ୟମରେ ବିଭିନ୍ନ ସଚେତନତା ମୂଳକ ଭିଡିଓ ପ୍ରଦର୍ଶନ କରାଯିବା ସହ ସାଧାରଣ ଲୋକ ମାନଙ୍କୁ ପରିବହନ ଅଧିକାରୀ ବୁଝାଇଥିଲେ। ସେହିପରି ପୋଲିସ ହାଇ ସ୍କୁଲ ରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସମରୁପ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବିନ୍ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

© 2023 Odisha Taza News.