ସେହିପରି ଉକ୍ତ ଦିନ ସକାଳୁ ରାମଧୂନ, ଆନୁଷ୍ଠାନିକ ପତାକା ଉତ୍ତୋଳନ, ବରପୁତ୍ର ମାନଙ୍କ ପ୍ରତିର୍ମୂୀରେ ମାଲ୍ୟାର୍ପଣ, ସ୍କୁଲ, କଲେଜ୍ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, କାରାଗାର ଓ ଚିକିତ୍ସାଳୟ ର ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଚଳିତ ଥର ପୋଲିସ ଦଳ ସହ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଙ୍କ ଏନସିସି,ସ୍କାଉଟ,ଗାଇଡ, ସିଭିଲିଏନ ଆଦି ୪୨ଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିବେ। ବୈଠକରେ ଏସପି ସ୍ମିତ ପର୍ମାର,ଉପ ଜିଲ୍ଲାପାଳ ଲଲାଟ ଲୁହା ଓ ସମସ୍ତ ସ୍କୁଲ କଲେଜ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମିର୍ଦ୍ଧା ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.