୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡ,ଗଜପତି :- ସକାଳ ୭.୩୦ମିନିଟ ସମୟରେ ରାୟଗଡ଼ ପଞ୍ଚାୟତ ଅନ୍ତର୍ଗତ ସୁନାପୂର ଗ୍ରାମ ମଧ୍ୟରେ ଏକ ବୁଲାନିଆ ରାସ୍ତାରେ ଦୁଇ ଅଟୋ ମୁହାମୁହିଁ ଧକ୍କା ହୋଇ ଦୁର୍ଘଟଣା ହେବା ଫଳରେ ଏକ ମୃତ ଛଅ ଆହତ । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ସମୟରେ କଡମ୍ୱାତାଲ ଗ୍ରାମ ଠାରୁ OD 07G 5651ନମ୍ବର ଥିବା ଅଟୋ ୪ଜଣ ଯାତ୍ରୀ ଙ୍କୁ ନେଇ ରାୟଗଡ଼ ଅଭିମୁଖେ ଆସୁଥିବା ବେଳେ ସୁନାପୁର ଗ୍ରାମ ଠାରେ ରାୟଗଡ଼ ଗ୍ରାମର ମିହିରଲାଲ୍ ମିଶାଲ ଓ ଜିତେନ୍ଦ୍ର ମିଶାଲ ସେହି ଅଟୋରେ ଚଢ଼ି ରାୟଗଡ଼ ଆସୁଥିଲେ ।
ସେହି ସମୟରେ ରାୟଗଡରୁ AP 35X 5012 ନମ୍ବର ଅଟୋ କିଛି ଯାତ୍ରୀ ଙ୍କୁ ନେ଼ଇ ଜଲାଙ୍ଗ ଅଭିମୁଖେ ଯାଉଥିବା ବେଳେ ସୁନାପୁର ନିକଟ ବୁଲାଣିଆ ରାସ୍ତାରେ ଦୁଇ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ OD 07G 5651 ଅଟୋରେ ବସିଥିବା ଯାତ୍ରୀ ମିହିର ଲାଲ ଗୁରୁତର ଆହତ ହୋଇଥିଲେ ।
ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ରାୟଗଡ ମେଡ଼ିକାଲ କୁ ଅଣାଯାଇଥିଲା । ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ସହ ଅନ୍ୟ ଅଟୋର ଡ୍ରାଇଭରଙ୍କ ସହ 6 ଜଣ ଆହତ ହୋଇଥିବା ରାୟଗଡ଼ ଥାନା ଏସ୍ ଆଇ ରତ୍ନନିଧି ପାତ୍ର ପ୍ରକାଶ କରିଛନ୍ତି । ଏନେଇ ରାୟଗଡ଼ ଥାନାରେ 6/23 ରେ କେସ କରି ଘଟଣାର ତଦନ୍ତ ଚଳାଇଛି ।

© 2023 Odisha Taza News.