No Result
View All Result
୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ୭୪ ତମ ସାଧାରତନ୍ତ୍ର ଦିବସ ନେଇ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରତନ୍ତ୍ର ଦିବସ କିଭଳି ସଫଳତାର ସହ ପାଳନ କରାଯିବ ସେ ନେଇ ଏଠାରେ ଆଲୋଚନା କରା ଯାଇଥିଲା। ପୂର୍ବ ବର୍ଷ ଅନୁଯାୟୀ ବିଭିନ୍ନ ବିଭାଗକୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗର ଉତ୍ତମ କାର୍ଯ୍ୟ ସମ୍ପାଦନ କରିଥିବା ଦକ୍ଷ ଅଧିକାରୀ ଓ କର୍ମଚାରୀଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧନା ଦିଆଯିବ। ଚଳିତ ବର୍ଷ ପ୍ରଜ୍ଞାପନ ମେଢ଼, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ହେବ। ସେହିପରି ଡିଏନକେ ଖେଳ ପଡିଆ ଠାରେ ପ୍ରଶାସନ ଏବଂ ମିଡ଼ିଆ ବନ୍ଧୁମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଖେଳାଯିବ ।
ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ , ଶ୍ରୀ ବଳଭଦ୍ର ଦୀପ, ଉପ ଜିଲ୍ଲାପାଳ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ତହସିଲଦାର ଶ୍ରୀ ଚନ୍ଦନ ଭୋଇ , ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ କୃପାସିନ୍ଧୁ ବେହେରା, ପୌର ପରିଷଦ ନିର୍ବାହୀ ଅଧିକାରୀ, ଶ୍ରୀ କାହ୍ନୁଚରଣ ପଟ୍ଟନାୟକ ଏବଂ ଜିଲ୍ଳାର ଅନ୍ୟାନ୍ୟ ଅଧିକାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ସଦସ୍ୟ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ। ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result