୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକରେ ଅନୁଷ୍ଠିତ ଭଲିବଲ ଟୁର୍ଣ୍ଣାମେଣ୍ଟରେ ମୋହନା ବ୍ଲକର ଦୁର୍ଗମ ବାଘମାରି ଗ୍ରାମ ପଞ୍ଚାୟତ ଦଳ ସମସ୍ତ ଦଳକୁ ହରାଇ ବିଜୟୀ ଘୋଷିତ ହୋଇଛି । ଏହି ଦଳ ଗଜପତି ଉତ୍ସଵ ଅବସରରେ ମୋହନା ବ୍ଲକରୁ ଯାଇ ଜିଲ୍ଲା ସ୍ତରୀୟ ଖେଳରେ ଭାଗ ନେବ । ଗତ କିଛିଦିନ ଧରି ଗଜପତି ଉତ୍ସଵ ଅବସରରେ ଅନୁଷ୍ଠିତ ହେଉଥିବା ମୋହନା ଉତ୍ସବରେ ମୋହନା ବ୍ଲକର ୩୯ ଗ୍ରାମ ପଞ୍ଚାୟତରେ ପ୍ରତିଦ୍ବନ୍ଦିତା ମୂଳକ ଖେଳ ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସବରେ ମୋହନା ବିଡ଼ିଓ ତପସ୍ୱିନୀ ହଂସଦା, ଅତିରିକ୍ତ ବିଡ଼ିଓ ରମାକାନ୍ତ ଚୌଧୁରୀ ଙ୍କ ସମେତ ବ୍ଲକରେ ଥିବା ସମସ୍ତ ଅଧିକାରୀ ସହଯୋଗରେ ବିଭିନ୍ନ ସ୍ଥାନରେ ଖେଳ ଅନୁଷ୍ଠିତ ହେବା ସହ ଶାନ୍ତି ଶୃଙ୍ଖଳା ସହ ଉତ୍ସଵ ଅନୁଷ୍ଠିତ ହେଉଥିବାରୁ ସନ୍ତୋଷ ପ୍ରକାଶ ପାଇଛି ।