ସି ଆର ଏସ ଫଣ୍ଡ ରୁ ୧୦ଟି ମୋଟର ବାଇକ ପ୍ରଦାନ

୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ପୌରପରିଷଦକୁ ଆଜି ହିରୋ କମ୍ପାନୀ ତରଫରୁ ସି.ଆର.ଏସ ଫଣ୍ଡ ରୁ ୧୦ଟି ହିରୋ ଗ୍ଲାମର ମୋଟର ସାଇକେଲ ମାଲକାନଗିରି ପୌରପରିଷଦ କୁ ଦିଆଯାଇଥିବା ବେଳେ ଆଜି ମାଲକାନଗିରି ପୌରାଦକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ବାରିକଙ୍କ ଦ୍ୱାରା ପୌରପରିଷଦର ୧୦ଟି ଫିଲ୍ଡ୍ ୱାର୍କର ଙ୍କୁ ପ୍ରଦାନ କରିବା ସହ ପତାକା ଦେଖାଇ ଉଦଘାଟନ କରିଥିଲେ | ଏହି ଅବସରରେ ପୌରପରିଷଦ ନିର୍ବାହି ଅଧିକାରୀ ଶ୍ରୀ କାହ୍ନୁ ଚରଣ ପଟ୍ଟନାୟକ ଉପାସ୍ଥିତ ଥିଲେ ।