No Result
View All Result
୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ନରଣଗଡରେ ଅଘଟଣ ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।ମୃତକ ପରିବାର ପକ୍ଷରୁ ଜଂକିଆ ଥାନାରେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ଗଡବଡପୁଟ ଗ୍ରାମର ସୁଜାତା ସାହୁ । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରୀ । ସୂଚନାରୁ ଜଣାପଡିଛି ଗଡବଡପୁଟ ଗ୍ରାମର ସୁଜାତା ସାହୁର ବିବାହ ନରଣଗଡ ଗ୍ରାମର ରବିନ୍ଦ୍ର ସାହୁଙ୍କର ୩୧ଜାଜୁଆରୀ ୨୦୨୪ରିଖରେ ବୈଦିକ ରିତିରେ ହୋଇଥିଲା । ବାହାଘର ସମୟରେ ସୂଜାତାର ପରିବାର ଲୋକେ ଯୈ । ତୁକ ବାବଦକୁ ଏକଲକ୍ଷ ଟଙ୍କା ଓ ସୂନାଗହଣା ଓ ଅନ୍ୟାନ୍ୟ ଆସବାବପତ୍ର ପତ୍ର ଦୁଇ ଲକ୍ଷ ଟଙ୍କା ର ଦେଇଥିଲେ । ବାହାଘର ପରେ ଦୁଇମାସ ଭଲରେ ଚଳିଲେ ।
ପରେ ସୁଜାତାର ସ୍ୱାମୀ ଓ ତାଙ୍କର ଶାଶୁ ଶ୍ୱଶୁର ଓ ଦିଅର ଅଧିକ ଏକଲକ୍ଷ ଟଙ୍କା ଦାବି କରି ସୁଜାତା କୁ ଶାରରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଝିଅକୁ ନିର୍ଯ୍ୟାତନା ଦେଉଥିବା ଘଟଣା ସୁଜାତା ର ପରିବାର ଲୋକେ ଖବର ପାଇ ଝିଅ ଘରକୁ ଯାଇ ଜ୍ୱାଇଁ,ଶାଶୁଶ୍ୱଶୁର,ଦିଅରଙ୍କୁ ବୁଝାଶୁଝା କରିଥିଲେ ଫେରିଥିଲେ । ଆଜି ଭୋର ସମୟରେ ସୁଜାତା ଫ୍ୟାନରେ ରଶି ଲଗାଇ ମୃତ୍ୟୁ ବରଣ କରିଥିବା ଖବର ଦେଇଥିଲେ ସୁଜାତା ର ସ୍ୱାମୀ ରବିନ୍ଦ୍ର ।
ଖଵର ପାଆ ସୁଜାତା ର ପରିବାର ଲୋକେ ପହଞ୍ଚିଲା ବେଳକୁ ସୁଜାତା ଘର ଫ୍ୟାନରେ ଏକ ରଶିରେ ଝୁଲି ମୃତ୍ୟୁ ବରଣ କରିଛି ଏବଂ ତାଙ୍କ ପରିବାର ଲୋକେ ଫେରାର ହୋଇଛନ୍ତି । ମୃତକର ପରିବାର ଲୋକେ ଏନେଇ ଜଂକିଆ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଛି ।
No Result
View All Result