No Result
View All Result
୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାସ୍ଥିତ ମାଆ କମେନା ଠାକୁରାଣୀଙ୍କ ପ୍ରଥମ ବାର୍ଷିକ ଉତ୍ସବ ସୋମବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ମାଆଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ନାମ ସଙ୍କୀର୍ତ୍ତନ, ଭଜନ ମଣ୍ଡଳୀ ସହ ଶ୍ରଦ୍ଧାଳୁମାନେ ଗ୍ରାମର ପ୍ରତି ସାହି ବୁଲିବାରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ପୁରୋହିତ କେଳୁ ନନ୍ଦଙ୍କ ପୂଜାକର୍ମ ସହ ସୋମବାର ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି କରିଥିଲେ ।
![](https://odishatazanews.com/wp-content/uploads/2024/05/BAGUNIA-1-300x135.jpg)
ଏନେଇ ମାଆ ଙ୍କ ପୀଠରେ ଦୁଇ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଚାଲୁ ରହିଛି। ଶହ ଶହ ଶ୍ରଦ୍ଧାଳୁ ମାନେ ତଥା ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହି ମାଆଙ୍କ ଆର୍ଶୀବାଦ ଭିକ୍ଷା କରିବା ସହ ପ୍ରସାଦ ସେବନ କରିଥିଲେ। ଫଳରେ ଗ୍ରାମରେ ଏକ ଆଧ୍ମାତିକ ପରିବେଶ ସୃଷ୍ଟି ହୋଇଯାଇଛି । ନୟାଗଡ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାସ୍ଥିତ ମାଆ କମେନା ଠାକୁରାଣୀଙ୍କ ପ୍ରଥମ ବାର୍ଷିକ ଉତ୍ସବ ସୋମବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି ।
ସୋମବାର ପୂର୍ବାହ୍ନରେ ମାଆଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ନାମ ସଙ୍କୀର୍ତ୍ତନ, ଭଜନ ମଣ୍ଡଳୀ ସହ ଶ୍ରଦ୍ଧାଳୁ ମାନେ ଗ୍ରାମର ପ୍ରତି ସାହି ବୁଲିବାରେ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ପୁରୋହିତ କେଳୁ ନନ୍ଦଙ୍କ ପୂଜାକର୍ମ ସହ ସୋମବାର ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି କରିଥିଲେ । ଏନେଇ ମାଆଙ୍କ ପୀଠରେ ଦୁଇ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଚାଲୁ ରହିଛି। ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମାନେ ତଥା ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହି ମାଆଙ୍କ ଆର୍ଶୀବାଦ ଭିକ୍ଷା କରିବା ସହ ପ୍ରସାଦ ସେବନ କରିଥିଲେ। ଫଳରେ ଗ୍ରାମରେ ଏକ ଆଧ୍ମାତିକ ପରିବେଶ ସୃଷ୍ଟି ହୋଇଯାଇଛି ।
![](https://odishatazanews.com/wp-content/uploads/2024/03/Odish-Tazanews-Ripotars-40-193x300.jpg)
No Result
View All Result