No Result
View All Result
୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ଟାଙ୍ଗୀସାହିସ୍ଥିତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର 1996 ମସିହା ମାଟ୍ରିକ ବ୍ୟାଚର ଛାତ୍ର ଛାତ୍ରୀମାନଙ୍କର ବନ୍ଧୁ ମିଳନ ବୋଲଗଡସ୍ଥିତ ଶକ୍ତି ପୀଠ ମା’ ଭୂଇଆଣିଙ୍କ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି l ଏହି ବନ୍ଧୁମିଳନ ପୁରାତନ ଛାତ୍ର ଦୈତାରୀ ରାଉତରାୟଙ୍କ ଆବାହକତ୍ୱରେ ଓ ପୂର୍ବତନ ପ୍ରଧାନ ଶିକ୍ଷକ ବାସୁଦେବ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରଘୁନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୋପାଳ ଚରଣ ସାହୁ, ମଦନ ମୋହନ ପୃଷ୍ଟି, ଦୁର୍ଯ୍ୟୋଧନ ସୁବୁଦ୍ଧି, ଶ୍ରୀଧର ନାୟକ, ସନ୍ତୋଷ କୁମାର ସାହୁ,

ଜୟ ରାମ ଦାଶ, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଛମନ ପରିଡା, କିରାଣୀ ବୁଦ୍ଧି ବାମନ ଭୋଳ, ଶିକ୍ଷାକର୍ମଚାରୀ ପ୍ରଫୁଲ୍ଲ କୁମାର ପାଇକରାୟ, ମାୟାଧର ରାଉଳ ଓ ଶିକ୍ଷୟିତ୍ରୀ ସେବତୀ ପରିଡା ପ୍ରମୁଖ ଯୋଗଦେଇଥିଲେ l ବନ୍ଧୁମିଳନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମଣିଷ ଗଢ଼ା କାରଖାନାର ବିନ୍ଧାଣି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ ପାଦ ଧୂଳି ମଥାରେ ମାରି ଫୁଲ ଚନ୍ଦନ ଓ ଗଳାରେ ଫୁଲମାଳ ଦେଇ ଗୁରୁ ପୂଜନ କରିବା ସହିତ ସେମାନଙ୍କର ଶୁଭ ଆଶୀର୍ବାଦ ଲାଭ କରିଥିଲେ l
ଏହି କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ସେମାନଙ୍କର ପରିବାର ସଦସ୍ୟମାନଙ୍କ ସହିତ ଭାବର ଆଦାନ ପ୍ରଦାନ ହେବା ସଙ୍ଗେ ସଙ୍ଗେ ଅତୀତ ଶିକ୍ଷା ଦାନ ସମୟର ଅଭୁଲା ସ୍ମୃତିକୁ ମନେ ପକାଇ ସାଉଁଟି ଥିଲ l ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କ ତରଫରୁ ଗୁଣାତ୍ମକ ଶିକ୍ଷା ଦାନ ଦେଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମାନ ପତ୍ର, ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଧନେଶ୍ୱର ମୁଣ୍ଡେଇ, ଅନାମ ସାହୁ, ସୂର୍ଯ୍ୟ କାନ୍ତ ବଳିୟାର ସିଂହ, ଜୟନ୍ତ ମହାନ୍ତି,ବାବୁଲି ବିଶ୍ୱାଳ, ଟୁଲୁ ପ୍ରଧାନ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l ସମସ୍ତ ଛାତ୍ର ଛାତ୍ରୀମାନେ ଭଲ ମଣିଷ ହୋଇ ନିଜ ମା,ମାଟି ଓ ମାତୃଭାଷାକୁ ଭଲ ପାଇବାକୁ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା ପରାମର୍ଶ ଦେଇଥିଲେ l ପରିଶେଷରେ ସୁଶାନ୍ତ କୁମାର ମୁଣ୍ଡେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result