ଭାରତୀ ସ୍ୱାଇଁଙ୍କ ସ୍ମୃତି ଉଦେଶ୍ୟରେ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ

୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) କଟକ :- କଟକ ରିପୋର୍ଟର ଅମୂଲ୍ୟ କୁମାର ବାରିକ – କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଗ୍ରାମର, ଅପ୍ରତିଦ୍ୱନ୍ଦୀ ପୂର୍ବତନ ସରପଞ୍ଚ ତଥା ସ୍ପେଶାଲ ଶ୍ରେଣୀ କଣ୍ଟ୍ରାକ୍ଟର , ସ୍ୱର୍ଗତ ଅଲେଖ ଚରଣ ସ୍ୱାଇଁଙ୍କ ସହଧର୍ମୀଣି ସ୍ୱର୍ଗତା ଭାରତୀ ସ୍ୱାଇଁଙ୍କ, ଚତୁର୍ଦ୍ଦଶ ଉପଲକ୍ଷେ ଏକ ସଂକୀର୍ତ୍ତନ ମହୋତ୍ସବ ତାଙ୍କ ପ୍ରତାପନଗରୀ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆଗଡ଼, ଭାଣପୁର, ପ୍ରତାପନଗରୀ, ବାରଙ୍ଗ ଅଞ୍ଚଳର ନୟାପାଟଣା,ଝିଙ୍କରଡିହ,ଆମ୍ବବୋରେଇ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଆଧ୍ୟାତ୍ମିକ ଶରୀର ତତ୍ୱ ଉପରେ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଏହି ଉସ୍ଚବରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ପ୍ରତାପନଗରୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ ସ୍ୱାଇଁ, ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ‘ ଭାରତୀ ସ୍ୱାଇଁ ଜଣେ ମିଷ୍ଠଭାସୀ, ଧର୍ମପରାୟଣ, ପରଉପକାରୀ ,ନିସ୍ୱ।ର୍ଥପର ମହିଳା ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଭାରତୀ ଦେବୀଙ୍କ ନୀତି ଆଦର୍ଶକୁ ପାଥେୟ କରି ତାଙ୍କର ପୁତ୍ରମାନେ, ଆଜି ସମାଜରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗୀୟା ଭାରତୀ ଦେବୀଙ୍କ ପୁଅ ସଂଗ୍ରାମ କେଶରୀ ସ୍ୱାଇଁ , ଯଜାତି କେଶରୀ ସ୍ୱାଇଁ , ଲଲାଟେନ୍ଦୁ କେଶରୀ ସ୍ୱାଇଁ, ମାନ୍ଧାତା କେଶରୀ ସ୍ୱାଇଁ, ହିରଣ୍ୟ କେଶରୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂକୀର୍ତ୍ତନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋହିତ ସ୍ୱାଇଁ ( ଚଗଲା ଭାଇ ) ଏବଂ ନିମାଇ ପାଢ଼ୀ। କାର୍ଯ୍ୟକ୍ରମରେ ପରିବାରର ସମସ୍ତ ସଦସ୍ୟ, ଭଉଣୀ, ଭିଣୋଇ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।