No Result
View All Result
୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅନ୍ତର୍ଗତ ହାଟବସ୍ତ ବଜାର ମୂଖ୍ୟରାସ୍ତା ଛକଠାରେ ହାଟବସ୍ତ ଗ୍ରାମର ଯୁବ ଗୋଷ୍ଠୀ ପକ୍ଷରୁ ଦହିପଣା, ଥଣ୍ଡା ପାନୀୟ ଓ ମିଶ୍ରି ପଣା ଆଦି ବାଟୋଇ ଯାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ବଜାରଟି ରାଜ ସୁନାଖଳା – ଧଳାପଥର ସଂଯୋଗ ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଶତାଧିକ ବାଟୋଇମାନେ ଅଟକି ରହି ଥଣ୍ଡା ପାନୀୟଜଳ ଗ୍ରହଣ କରିଥିଲେ।ଏହି ଜଳଛତ୍ର କାର୍ଯ୍ୟକ୍ରମରେ କବିର ସାହୁ, ଚିନୁ ସାହୁ, ବୁବୁ ସାହୁ, ଅଶୋକ କୁମାର ପରିଡ଼ା,
ଜ୍ଞାନରଞ୍ଜନ ଦାସ, ବିକାଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମ ୧୫ଦିନ ଧରି ବଣ୍ଟନ କରାଯିବ । ରାଜସୁନାଖଳା ବଜାର ଏହି ଅଞ୍ଚଳର ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ତଥା ଜନ ଗହଳି ପୂର୍ଣ୍ଣ ହୋଇ ଥିବାରୁ ଜଳଛତ୍ର କିଛି ମାତ୍ରାରେ ବାଟୋଇମାନଙ୍କୁ ସହାୟକ ହୋଇଛି ।
ରାଜ୍ୟ ସରକାର ପକ୍ଷରୁ ଜଳଛତ୍ର ବ୍ୟବସ୍ଥା କରା ଯାଇ ନ ଥିବା ବେଳେ ଆଜିର ଜଳଛତ୍ର ବଣ୍ଟନରେ ବହୁତ ବାଟୋଇ ଯାତ୍ରୀମାନେ ଦ୍ବାରା ଉପକୃତ ହୋଇ ଥିବା ନେଇ ସ୍ଥାନୀୟ ଜନ ସାଧାରଣ ମହଲରେ ପ୍ରଶଂସା କରିଅଛନ୍ତି । ଅନ୍ୟପଟେ ବିଭାଗୀୟ ପ୍ରଶାସନ ପକ୍ଷରୁ ବୋଲଗଡ ବ୍ଲକ ଅଞ୍ଚଳର ବଜାର ଗୁଡିକରେ ଜଳଛତ୍ର ଖୋଲିବା ପାଇଁ ସ୍ଥାନୀୟ ଜନସାଧାରଣ ମାନଙ୍କ ପକ୍ଷରୁ ଦାବି ହୋଇଛି ।
No Result
View All Result