No Result
View All Result
୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> 2024 ସାଧାରଣ ନିର୍ବାଚନ ପାଇଁ ଗାଁରୁ ସହର ଚଳଚଞ୍ଚଳ ରହିଛି.! ଭୁବନେଶ୍ୱର ଲୋକସଭା ଓ ବିଧାନସଭା ବୋଲଗଡ଼ – ବେଗୁନିଆ କ୍ଷେତ୍ର ନିମନ୍ତେ ଶାସକ ବିଜେଡି ଓ ବିଜେପି ପକ୍ଷରୁ କୌଣସି ଯୋଦ୍ଧା ପାର୍ଥୀଙ୍କ ନାମ ଘୋଷଣା କରାଯାଇ ନ ଥିବା ବେଳେ କାହାକୁ ପାର୍ଥୀ କରାଯିବ ସେନେଇ ଦ୍ୱନ୍ଦ୍ୱ ଲାଗିରହିଛି.! ତେବେ ବିଳମ୍ବ ହେଲେବି ବିଜେଡି ପକ୍ଷରୁ ରାଜ୍ୟଶାସକ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ବୋଲଗଡ଼ -ବେଗୁନିଆ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରଦୀପ କୁମାର ସାହୁଙ୍କୁ ବିଜେଡି ପ୍ରାର୍ଥୀ ଭାବେ ମୋହର ମାରି ବିରୋଧୀଙ୍କୁ ଚକିତ କରିଛନ୍ତି.!
ବୋଲଗଡ଼-ବେଗୁନିଆ ଅଞ୍ଚଳର ସୁଖଦୁଃଖର ସାଥି ପ୍ରଦୀପ କୁମାର ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ସାରା ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଲୋକମାନେ ଖୁସିର ମାହୋଲ ଖେଳିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଅଛନ୍ତି ! ବିଶେଷ କରି ଅନ୍ୟ ପ୍ରମୁଖ ଦଳମାନଙ୍କର ସଂଗଠନ ସେତେଟା ସୁଦୃଢ ନ ଥିବାରୁ ବିଜେଡି ପ୍ରାର୍ଥୀ ପ୍ରଦୀପ ସାହୁ ଏଠାରୁ ବହୁ ଭୋଟ ବ୍ୟବଧାନରେ ବିଜୟର ବାନା ଉଡାଇବାର ସମ୍ଭାବନା ଏଡାଇ ହେବ ନାହିଁ ବୋଲି ଚା ଖଟିରୁ ଆରମ୍ଭ କରି ଗାଁ, ପଲ୍ଲୀ ଓ ବାଟଘାଟରେ ଆଲୋଚନା ହେଉଛି ! ସୂଚନାଯୋଗ୍ୟ ଶ୍ରୀ ପ୍ରଦୀପ ସାହୁ ବିଜେଡ଼ରୁ ପ୍ରାର୍ଥୀ ହୋଇଥିବା ଖବର ପ୍ରସାର ହେଵା ପରେ ବୋଲଗଡ଼ -ବେଗୁନିଆ ଅଞ୍ଚଳରେ ଆତସବାଜି ଫୁଟାଇ, ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସ୍ୱାଗତ କରିଅଛନ୍ତି !
No Result
View All Result