• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ରହ୍ମପୁର ଲୋକସଭା ଆସନ ହାତେଇବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ : କିଏ ମାରିବ ବ୍ରହ୍ମପୁର ବାଜି – ବିଜେପି, ବିଜେଡି ନା କଂଗ୍ରେସ

Proprietor Abhimanyu Maharana by Proprietor Abhimanyu Maharana
May 2, 2024
in ଓଡ଼ିଶା, ଗଞ୍ଜାମ, ରାଜନୀତି, ହୋମ୍
0
ବ୍ରହ୍ମପୁର ଲୋକସଭା ଆସନ ହାତେଇବାକୁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ : କିଏ ମାରିବ ବ୍ରହ୍ମପୁର ବାଜି – ବିଜେପି, ବିଜେଡି ନା କଂଗ୍ରେସ
Share on FacebookShare on TwitterWhatsapp

୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-> ଦିନକୁ ଦିନ ରୋଚକ ହେବାରେ ଲାଗିଛି ବ୍ରହ୍ମପୁର ରାଜନୀତି । ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଭୋଟରଙ୍କୁ ମନେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି . ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଆସନ୍ତା ମେ’ ୧୩ ତାରିଖରେ ଭୋଟ୍ ପଡ଼ିବ। ଗତ ୫ ବର୍ଷ ଭିତରେ ବ୍ରହ୍ମପୁର ରାଜନୀତି ପାଣିପାଗ ବେଶ ବଦଳିଯାଇଛି। ଗତ କିଛି ମାସ ଭିତରେ ସବୁକିଛି ଓଟଲପାଲଟ ହୋଇଯାଇଛି । ଦଳ ବଦଳ ରାଜନୀତି ଭିତରେ ବ୍ରହ୍ମପୁର ଭୋଟରଙ୍କ ମୁଡ୍ ଠଉରେଇବା ଏବେ ମୁସ୍କିଲ୍ ହୋଇପଡ଼ିଛି।

କାହା ସପକ୍ଷରେ ଯିବ ଦଳବଦଳ ରାଜନୀତି ..?

ଭୃଗୁ ବକ୍ସିପାତ୍ର ୨୦୧୯ରେ ଥିଲେ ବିଜେପିର ଲୋକସଭା ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କଠାରୁ ୯୪ ହଜାର ୮୪୪ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ଭୃଗୁ । ଭୃଗୁ ବକ୍ସିପାତ୍ରଙ୍କ ସପକ୍ଷରେ ୩ ଲକ୍ଷ ୪୮ ହଜାର ୯୯୯ ଖଣ୍ଡ ଭୋଟ ପଡ଼ିଥିବାବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଖଣ୍ଡ ଭୋଟ। ଏଥର ଭୃଗୁ କିନ୍ତୁ ଦଳ ବଦଳାଇ ଚନ୍ଦ୍ରଶେଖରଙ୍କ ସ୍ଥାନରେ ବିଜେଡିରୁ ଲୋକସଭା ଲଢୁଛନ୍ତି।

ପ୍ରଦୀପ ପାଣିଗ୍ରାହୀ ୨୦୧୯ରେ ବିଜେଡି ଟିକେଟରେ ଗୋପାଳପୁର ବିଧାୟକ ହୋଇଥିଲେ। କିନ୍ତୁ ଏବେ ଦଳ ବଦଳାଇ ବ୍ରହ୍ମପୁର ଲୋକସଭାରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପାଗ ଭିଡ଼ିଛନ୍ତି । ବ୍ରହ୍ମପୁର ଲୋକସଭା ଆସନ ପାଇଁ କଂଗ୍ରେସ ନୂଆ ମୁହଁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ୨୦୧୯ରେ କଂଗ୍ରେସର ପ୍ରାର୍ଥୀ ହୋଇଥିବା ଭି.ଚନ୍ଦ୍ରଶେଖର ନାଇଡୁଙ୍କୁ ଏଥର ଟିକଟ ନମିଳିବାରୁ ସେ ଏବେ ସ୍ଵାଧୀନ ଭାବେ ନିର୍ବାଚନ ମଇଦାନକୁ ଆସିଛନ୍ତି । ଏଭଳି ସ୍ଥିତିରେ ବ୍ରହ୍ମପୁର ରାଜନୀତି ତାତି ବଢ଼ିବାରେ ଲାଗିଛି ।

୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ହୋଇଥିଲା ମୁଖ୍ୟ ପ୍ରତିଦ୍ଵନ୍ଦ୍ଵିତା। ମାତ୍ର ୧ ଲକ୍ଷ ୪୨ ହଜାର ୬୩୨ ଖଣ୍ଡ ଭୋଟ ପାଇଁ ବହୁ ପଛରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ। ୨୦୧୯ରେ ବିଜେଡି ପ୍ରାର୍ଥୀ ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ଆସନରେ ଆଗୁଆ ରହିଥିବାବେଳେ ବିଜେପି ଗଜପତି ଦଖଲ କରିଥିଲା । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଜେପି ଓ ମୋହନା ଆସନ କଂଗ୍ରେସ ଅଧୀନକୁ ଯାଇଥିଲା ।

ପ୍ରଦୀପଙ୍କ ପାଇଁ ସମ୍ମାନର ଲଢ଼େଇ –

ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଚଳିତ ନିର୍ବାଚନ ସମ୍ମାନର ଲଢ଼େଇ ହେବ। ବିଜେଡିରୁ ବହିଷ୍କୃତ ହେବା ପରେ ବିଜେପିରେ ତାଙ୍କୁ ମିଳିଛି ଗୁରୁତ୍ଵପୂର୍ଣ୍ଣ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଟିକେଟ । ଏଣୁ ନିଜ ରାଜନୈତିକ କ୍ୟାରିୟର ପୁନରୁଥାନ ପାଇଁ ସେ ଜୋରଦାର କସରତ ଆରମ୍ଭ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଗଜପତିର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀକୁ ଏକାଧିକ ଥର ଗସ୍ତ କରି ସେଠାରେ ପ୍ରଚାର ଜୋରଦାର କରିଛନ୍ତି । ୨୦୦୯ରେ ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ବିଜେପି ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ ପାରଳାଖେମୁଣ୍ଡି ଅକ୍ତିଆର କରିଥିଲା ।

ବ୍ରହ୍ମପୁର ଭୋଟରଙ୍କ ମନ ଜିଣି ପାରିବେକି ଭୃଗୁ …?

ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ବିଜେଡିର ଦବଦବା ରହିଥିବାବେଳେ ଭୃଗୁ ବକ୍ସିପାତ୍ର ଅପେକ୍ଷାକୃତ ସୁବିଧାଜନକ ସ୍ଥିତରେ ଥିବା କୁହାଯାଇପାରେ । ଗତ ଥର ପାରଳାଖେମୁଣ୍ଡିରେ ବିଜେପି ଓ ମୋହନାରେ କଂଗ୍ରେସ ଅଧିକ ଭୋଟ ନେଇଥିଲା । ଭୃଗୁ ବକ୍ସିପାତ୍ର ଗଜପତି ଉପରେ ଫୋକସ କରିଛନ୍ତି । ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସେ ପାରଳାଖେମୁଣ୍ଡି, ମୋହନା, ରା.ଉଦୟଗରି ଅଞ୍ଚଳ ଗସ୍ତ କରି ପ୍ରଚାର କାର୍ଯ୍ୟ କରିଛନ୍ତି ।
ପ୍ରଦୀପ ପାଣିଗ୍ରାହୀ ମୋଦୀଙ୍କ ଗ୍ୟାରେଣ୍ଟି ଆଧାରରେ ପ୍ରଚାର ଚଳାଇଥିବାବେଳେ ‘ନବୀନ କ୍ରେଜ୍’ ଭରସାରେ ଭୃଗୁ ନିର୍ବାଚନୀ ବୈତରଣୀ ପାର୍ କରିବାକୁ ଉଦ୍ୟମ କରିବେ । ତେବେ ଦେଖିବାକୁ ବାକି ରହିଲା ବ୍ରହ୍ମପୁର ଭୋଟର କାହା ଉପରେ ଭରସା କରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version