No Result
View All Result
୨ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା କନଗାଁ ଗ୍ରାମରେ ମଙ୍ଗଳବାର ଅପରାହ୍ନ ସମୟରେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଜାଇ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗ୍ରାମର ଦୁର୍ଯ୍ୟୋଧନ ଦୀପ(70) ମଙ୍ଗଳବାର ଅପରାହ୍ନ ସମୟରେ ଗ୍ରାମ ନିକଟସ୍ଥ ସୁକତେଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ପରେ ଦୁର୍ଯ୍ୟୋଧନ ଙ୍କ ଶରୀର ଅଧ ପାଣିରେ ଭାସୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ସେମାନଙ୍କ ମଧ୍ୟରୁ କେହିଜଣେ ପରିବାର ଲୋକଙ୍କୁ ଖବର କଲା ପରେ ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ଶବକୁଉଦ୍ଧାର କରି ଖପ୍ରାଖୋଲ ପୋଲିସ କୁ ଖବର କରିଥିଲେ ।
ଘଟଣାସ୍ଥଳକୁ ପୁଲିସ୍ ପହଞ୍ଚି ଶବକୁ ଜବତ କରି ଘଟଣାର ପାରିପାର୍ଶ୍ବିକ ତଦନ୍ତ ପରେ ଖପ୍ରାଖୋଲ ଥାନା ୟୁ ଡି କେସ ନଂ ୪/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଖପ୍ରାଖୋଲ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଆଜି ମୃତକର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏନେଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।
No Result
View All Result