
ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଜଟଣୀ ଓଡ଼ିଶା ପ୍ରସିଦ୍ଧ ଗଣେଶ ପୂଜା ମଙ୍ଗଳବାର ନବମ ଦିବସରେ ପହଞ୍ଚିଛି l ଦିନ ସାରା ତୁହାକୁ ତୁହା ବର୍ଷା ସତ୍ତ୍ୱେ ସନ୍ଧ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ପୂଜା ମଣ୍ଡପ ବୁଲି ଗଣେଶ,ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ lସେହିପରି ଅଗ୍ରଣୀ ସାମାଜିକ ସଂଗଠନ”ମୋ ପରିବାର”ର ମଧ୍ୟ ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ ଶ୍ରୀଗଣେଶ,ମା’ଲକ୍ଷ୍ମୀ,ମା’ସରସ୍ବତୀଙ୍କ ଠାରୁ ଆର୍ଶିବାଦ କାମନା କରିଥିଲେ l

ଚଳିତ ବର୍ଷ”ମୋ ପରିବାର”କୁ ଦୁଇଟି ପୁଜା ମଣ୍ଡପରୁ ସ୍ଵତନ୍ତ୍ର ଭାବରେ ନିମନ୍ତ୍ରିତ କରାଯାଇଥିଲା l “ମୋ ପରିବାର” ବୈଠକରେ ନିଷ୍ପତ୍ତି କ୍ରମେ ପ୍ରଥମେ ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଜଟଣୀ ଗଣେଶ ମହୋତ୍ସବ ଠାରେ ମହାପ୍ରଭୁଙ୍କ ୩୨ ବେଶ ଦର୍ଶନ ସନ୍ଧ୍ୟା ଆରତୀ ପାଇଁ ନିମନ୍ତ୍ରିଣ ରକ୍ଷା କରି ପ୍ରଥମେ ପ୍ରତିଷ୍ଠାତା ଶ୍ରୀ ଶତପଥୀ ଓ ସଦସ୍ୟ ମାନେ ଯାଇଥିଲେ l ସ୍ବାଗତ ପାଇଁ ବିଶ୍ବ ହିନ୍ଦୁ ପରିଷଦର ଜଟଣୀ ସଭାପତି ରମେଶ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ l
















