ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହ ପାଳିତ

୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-  ବିଜୁ ଜନତା ଦଳ ତରଫରୁ ମାଲକାନଗିରି ନିର୍ବାଚନ ମଣ୍ଡଳୀ ସ୍ଥାରୀୟ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ୨୬ ତମ ପ୍ରତିଷ୍ଠା ଦିବସକୁ ଆଜି ମାଲକାନଗିରି ନଗର ସ୍ଥିତ ସଂସ୍କୃତି ଭବନ ଠାରେ ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି l ଏଥିରେ ଜିଲ୍ଲା ସଭାପତି ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ସଭାପତିତ୍ୱ କରିଥିବା ବେଳେ ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଜିଲ୍ଲା ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ସଭା ପରିଚଳନା କରିଥିବା ବେଳେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ମାନସ ମାଡକାମୀ, ମୁକୁନ୍ଦ ସୋଢି, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, SDC ଅଧ୍ୟକ୍ଷ ତଥା ଯୁବ ସଭାପତି ଆଡ଼ମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ,ପୌରଅଧ୍ୟକ୍ଷ ମନୋଜ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ସାଙ୍ଗଠିନକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଜିଲ୍ଲା ଉପଅଧ୍ୟକ୍ଷ ପତିତପାବନ ବୌଦ୍ୟ, କୋରାପୁଟ ଜୋନ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ବୁରୁଦା,

ଯୁବ ରାଜ୍ୟ ସମ୍ପାଦକ ରବି ରାଜେଶ, ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ ମାଲକାନଗିରି ନଗର ସଭାପତି ଡି. ନାଗା, ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମେ ପ୍ରବାଦ ପୁରୁଷ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଆରମ୍ଭ କରାଯାଇଥିଲା l ଏହା ସହ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଯଥା ମେଲୋଡି, ଡେଂସ,ଆଦିବାସୀ ଡେମସା ନୃତ୍ୟ ଭଳି ବୋହୁ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତିଷ୍ଠା ଦିବସକୁ ଉତ୍ସବ ଭାବେ ପାଳନ କରାଯାଇଥିଲା l ଅତିଥି ମାନେ ସରକାରଙ୍କ ବିଭିନ୍ନ ଯୋଜନା କିପରି ତୃଣମୂଳ ସ୍ତରରେ ପହଞ୍ଚି ପାରିବ ଏଥି ପ୍ରତି କାର୍ଯ୍ୟକରିବା ସହ ସମସ୍ତ କର୍ମକର୍ତ୍ତା ଏବଂ ପଦାଧିକାରୀ ଆଜିର ଏହି ମଞ୍ଚରେ ଲୋକଙ୍କ ନିକଟରେ ସେବା ମନବୃତି ରଖି ଦୃଢ଼ ସଂକଳ୍ପ ବୌଧ ନେଇଥିଲେ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଭିନ୍ନ ପାଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ବରିଷ୍ଟ କର୍ମକର୍ତ୍ତା ୧୫୦୦ରୁ ଉର୍ଦ୍ଧ ଏହି ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ ।