No Result
View All Result
୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମୁରାପୁଟ ଗ୍ରାମ ପଞ୍ଚାୟତ ଠାରେ ଦୀର୍ଘ ୮ ଦିନ ବ୍ୟାପି ବନ୍ୟା, ବାତ୍ୟା ପାଇଁ ସେଲ୍ଫ ଡ଼ୀଫେନ୍ଷ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆଜି ଶେଷ ହୋଇଛି, ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ତୁମୁରାପୁଟ ଗ୍ରାମ ପଞ୍ଚାୟତ ମାଣିକପୁର ଗ୍ରାମ ରେ ଓଡିଶା ସରକାର ଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ ଙ୍କ ସଭାପତିତ୍ୱରେ ତା ୨୮/୧୨/ ୨୦୨୨ ରିଖ ରୁ ଆରମ୍ଭ ହୋଇ ୦୪/୦୧/୨୦୨୩ ତାରିଖ ରେ ଶେଷ ହୋଇଛି, ବାତ୍ୟା ,ବନ୍ୟା ରେ ଜନସାଧାରଣ ମାନେ କିପରି ନିଜ କୁ ରକ୍ଷା କରିପାରିବେ ସେଥି ପାଇଁ ପଞ୍ଚାୟତ ର ୭୫ ଜଣଙ୍କୁ ଟ୍ରେନିଙ୍ଗ ଦିଆଯାଇଛି, ଏବଂ ଟ୍ରେନିଙ୍ଗ ନେଇଥିବା ସମସ୍ତ ଯୁବକ ଯୁବତୀ ଙ୍କୁ ଓଡିଶା ଡିଯାଷ୍ଟର ମ୍ୟାନେଜ୍ ମେଣ୍ଟ ତରଫରୁ ନିଜ ନିଜ ନାମ ରେ ମାନପତ୍ର ପ୍ରଦାନ କରାଯାଇଛି, ଓଡିଶା ଡିଯାଷ୍ଟର ମ୍ୟାନେଜ୍ ମେଣ୍ଟ ର ଖୋର୍ଦ୍ଧା ଜିଲ୍ଲା ରୁ ୩ ଜଣ ସେଲ୍ଫ ଡିଫେନ୍ଷ୍ ମ୍ୟାଡମ୍ ଯୋଗ ଦେଇ ବିଭିନ୍ନ କୌଶଳ ମାଧ୍ୟମ ରେ ବୁଝେଇବା ସହିତ ଆଲୋଚନା କରିଥିଲେ,ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ସମସ୍ତ ଙ୍କୁ ମାନ ପତ୍ର ପ୍ରଦାନ କରିବା ସହ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ,ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ନାଏଵ ସରପଞ୍ଚ ଶ୍ରୀମତୀ ପଦ୍ମା ଦେଇ , ବାଣପୁର ବ୍ଲକ କୃଷି ଅଧିକାରୀ ଅଜୟ କର, ଯୁବ ସମାଜ ସେବୀ ପ୍ରକାଶ କୁମାର ପ୍ରଧାନ, ମାଣିକ ପୁର ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁ, ପଞ୍ଚାୟତ ଅଧିକାରୀ ଅରୁଣ କୁମାର ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ , ବ୍ଲକ ଅଧୀନ ରେ ଥିବା ସମସ୍ତ ପଞ୍ଚାୟତ ଓ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସେଲ୍ଫ ଡିଫେନ୍ଷ୍ କାର୍ଯ୍ୟକ୍ରମ ହେବ ବୋଲି ବାଣପୁର ଵି ଡି ଓ ମ୍ୟାଡମ୍ ସୁଚନା ଦେଇଛନ୍ତି,
No Result
View All Result