ମାଲ୍ୟବନ୍ତ ମହୋତ୍ସବ କୁ ନେଇ ପଡ଼ିଆ ବିଡ଼ିଓଙ୍କ ସହ ଆଲୋଚନା

୫ ଜାନୁଆରୀ ଗୁରୁବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :- ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ପଡ଼ିଆ ବ୍ଲକ କାର୍ଯ୍ୟାଳୟ ଠାରେ ଆଜି ପଡ଼ିଆ ଜନପ୍ରତିନିଧି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାମକୃଷ୍ଣ ନାୟକଙ୍କ ସହ ମାଲ୍ୟବନ୍ତ ଉପଲକ୍ଷେ ଆଲୋଚନା କରିଥିଲେ । ଆଗାମୀ ଦିନ ୯ ତାରିଖରେ ପଡ଼ିଆ ରର ହେବାକୁ ଥିବା ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କିପରି ଭାବରେ ସୁରୁଖୁରୁରେ ଚାଲିବ ସେ ନେଇ ପଡ଼ିଆ ବିଡ଼ିଓ‌ଶ୍ରୀ ରାମକୃଷ୍ଣ ନାୟକଙ୍କ ସହ ପଡ଼ିଆ ଜନପ୍ରତିନିଧି ମାନେ ଆଲୋଚନା କରିଥିଲେ ।

ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ । ସୁରଭି ଭୈ।ମିକ, ବିଜେଡି ବରିଷ୍ଠ ନେତା ଏମ୍ ଡି ଫାରୁକ, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ, ପଡ଼ିଆ ବ୍ଲକ ଜୋନ୍ ସଭାପତି ମେଷାକ ରାଵି ଓ ସୁଭାଷ ଭୈ । ମିକ ସମେତ ଅନ୍ୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ।