No Result
View All Result
୪ ଜାନୁଆରୀ ବୁଧବାର୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଠାରେ କୃଷି ଯନ୍ତ୍ରୀକରଣ ସଚେତନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଉଛି,କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ ରାଜ୍ୟସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି,ବାଣପୁର ବ୍ଲକ ର କୃଷି ଅଧିକାରୀ ଶ୍ରୀଯୁକ୍ତ ଅଜୟ କର ଙ୍କ ସଭାପତିତ୍ୱରେ କୃଷି ଯନ୍ତ୍ରପାତି ଉପରେ ଏକ ତାଲିମ ଶିବିର ହୋଉଥିଲା, ଏଥିରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀ ନାଥ ମହାରଣା, ବାଣପୁର ଵି ଡି ଓ ଶ୍ରୀମତୀ ବୁଲ୍ ବୁଲ୍ ବେହେରା ପ୍ରମୁଖ ଯୋଗ ଦେଇଥିଲେ, ଆଧୁନିକ ଯୁଗ ରେ କୀଭଳି ଭାବରେ କମ୍ ଖର୍ଚ୍ଚ ରେ ଓ ସ୍ୱଳ୍ପ ଶାରୀରିକ ପରିଶ୍ରମ ରେ ଅଧିକ ଓ ନିରାପଦ କୃଷି କାର୍ଯ୍ୟ ସମ୍ପାଦନ ହୋଇପାରିବ ଓ ଅଧିକ ଚାଷୀ ମାନେ ଲାଭବାନ ହୋଇପାରିବେ ତାହାରି ଉପରେ ବକ୍ତବ୍ୟ ରଖିଥିଲେ,ଏଥିରେ ଜିଲ୍ଲା ରୁ ଆସିଥିବା ବିଭିନ୍ନ କୃଷି ଅଧିକାରୀ ମାନେ ଭିଡିଓ ମାଧ୍ୟମରେ ଚାଷ ର ବିଭିନ୍ନ ଯନ୍ତ୍ରପାତି ର ବ୍ୟବହାର ଓ ରାଜ୍ୟ ସରକାର ଙ୍କ ତରଫରୁ ଦିଆଯାଇଥିବା ସବ୍ ସିଡି ଉପରେ ପୁଙ୍ଖାନୁ ପୁଙ୍ଖ ଭାବରେ ଜନ ପ୍ରତିନିଧି ମାନଙ୍କୁ ବୁଝାଇଥିଲେ,ଆଗାମୀ ଦିନ ରେ କୃଷକ ମାନଙ୍କୁ ଡାକି ପଞ୍ଚାୟତ ସ୍ତରରେ ଏଭଳି କାର୍ଯ୍ୟକ୍ରମ କଲେ ଚାଷୀ ମାନେ ଅଧିକ ସଚେତନ ହୋଇପାରିବେ ବୋଲି ଜିଲ୍ଲା ପରିଷଦ ଉପ ସଭାପତି ପ୍ରସ୍ତାବ ରଖିଥିଲେ, ଏଥି ବ୍ୟତୀତ ବାଣପୁର ବ୍ଲକ ର ସମସ୍ତ ସରପଞ୍ଚ ,ସମିତି ସଭ୍ୟ, ସଭ୍ୟା,ବ୍ଲକ ଏ ଵି ଡି ଓ ଶ୍ରୀଯୁକ୍ତ ସୀମାଦ୍ରି ପାତ୍ର, ମତ୍ସ ଅଧିକାରୀ ଶ୍ରୀଯୁକ୍ତ ରମେଶ ଶବର,ଉଦ୍ୟାନ ବିଭାଗ ଅଧିକାରୀ ପ୍ରିୟ ଦର୍ଶିନୀ ମହାରଣା ଓ ବ୍ଲକ ର କାର୍ଯ୍ୟରତ ଅଧିକାରୀ ମାନେ ଯୋଗ ଦେଇଥିଲେ,
No Result
View All Result