ଅନୁଷ୍ଠାନର ସଂପାଦକ ଜୟନ୍ତ ମହାଲିକ, କୋଷାଧ୍ୟକ୍ଷ ମହାଦେବ ମାଡକାମୀ ସମେତ ଓଡିଶାରୁ ୩୨ ଜଣ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତ୍ରିପାଠୀ ସଭା ପରିଚାଳନା ଓ ସଂଯୋଜନା କରିଥିଲେ ।ତୁଳାପଡା +୨ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ସମୀର କୁମାର ମହାପାତ୍ର ପରିଚୟ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ମଞ୍ଚରେ ଉଭୟଙ୍କୁ ମାନପତ୍ର ସହ ସ୍ମୃତିଚିହ୍ନ ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଏହି କାର୍ଯ୍ୟକ୍ରମର ଲକ୍ଷ୍ଯ ଥିଲା । ଶ୍ରୀମତୀ ମଞ୍ଜୁଲତା ଦାଶ ଏବଂ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମହାପାତ୍ର ସମେତ କଳାହାଣ୍ଡିରୁ ଚାରିଜଣ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇ ଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି ।

© 2023 Odisha Taza News.