ଏହି ଉସ୍ଚବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଜେପିର ବରିଷ୍ଠ ନେତା ଦିଲିପ ମଲ୍ଲିକ , କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ସମେତ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଭାରତୀ ସ୍ୱାଇଁ ଜଣେ ମିଷ୍ଠଭାସୀ, ଧର୍ମପରାୟଣ, ପରଉପକାରୀ ,ନିସ୍ୱ।ର୍ଥପର ମହିଳା ଥିଲେ । ଭାରତୀ ଦେବୀଙ୍କ ନୀତି ଆଦର୍ଶକୁ ପାଥେୟ କରି ତାଙ୍କର ପୁତ୍ରମାନେ, ଆଜି ସମାଜରେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗୀୟା ଭାରତୀ ଦେବୀଙ୍କ ପୁଅ ସଂଗ୍ରାମ କେଶରୀ ସ୍ୱାଇଁ , ଯଜାତି କେଶରୀ ସ୍ୱାଇଁ , ଲଲାଟେନ୍ଦୁ କେଶରୀ ସ୍ୱାଇଁ, ମାନ୍ଧାତା କେଶରୀ ସ୍ୱାଇଁ, ହିରଣ୍ୟ କେଶରୀ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଭଜନ ପରିବେଷଣ କରାଯାଇଥିଲା । ପରିବାରର ସମସ୍ତ ସଦସ୍ୟ, ଭଉଣୀ, ଭିଣୋଇ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

© 2023 Odisha Taza News.