୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ଼ :- ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଯୁଗ୍ମ ବିଭାଗର ୭ ଦିନିଆ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ପ୍ରମୋଦିନି ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ 25 ତାରିଖରୁ ଆରମ୍ଭ ହୋଇ ଆଜି ଏହା ଉଦଯାପିତ ହୋଇଯାଇଛି l ଉକ୍ତ ଶିବିରକୁ କଲେଜ ଅଧକ୍ଷ ଶେଖ ଅବଦୁଲ ରହିମ ଉଦଘାଟନ କରିବା ସହ ଶିବିର ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ବିକାଶରେ ସମାଜ ସେବାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ l ପରିବେଶ ସୁରକ୍ଷା, ବୃକ୍ଷରୋପଣ,କରୋନାର ଭୟାଵହାତ ଉପରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଥିଲା l ଜାତୀୟ ସେବା ଯୋଜନାର ମୂଳଲକ୍ଷ୍ୟ ‘ ମୁଁ ନୁହେଁ, ଆପଣ ‘ ଉପରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା l ଛାତ୍ରଛାତ୍ରୀଙ୍କୁ ସମାଜ ସେବା ମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ଦିଗରେ ପ୍ରଶିକ୍ଷଣ ଦିଆ ଯାଇଥିଲା l ସ୍ବେଛାସେବୀ ମାନେ ରାଲି ମାଧ୍ୟମରେ କରୋନା ଉପରେ ସଚେତନତା ,ନିଶା ନିବାରଣ, ଏଡ୍ସ ଆଦି ଉପରେ ଲୋକଙ୍କୁ ସଚେତନ କରାଇଥିଲେ l ପରେ କଲେଜ କ୍ୟାମ୍ପରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ଶିବିରରେ ଅତିଥି ଭାବେ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ଗୋପାଳପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ ବାରିକ ଯୋଗଦେଇ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ସମାଜସେବା କାର୍ଯ୍ୟ ପାଇଁ ଉତ୍ସାହିତ କରିବା ସହ ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ l ଇତିହାସ ବିଭାଗର ଅଧ୍ୟାପକ ସନ୍ତୋଷ ଚମ୍ପତିରାୟ ଶିବିରକୁ ପରିଚାଳନା କରିଥିଲେ l