ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ପାଳିତ

୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :- ଜିଲ୍ଲା ସଦର ମହକୁମା ମାଲକାନଗିରି ମହାବିଦ୍ୟାଳୟ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ପାଳିତ ଜିଲ୍ଲା ଶାଖା ର ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ ରେ ମହାସମାରୋହ ରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଜନା ଓ ପର୍ଯାଲୋଚନା ୟୁନିଟ ର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ଯୋଗଦେଇ ମଧୁବାବୁଙ୍କ ଜୀବନୀ ଏବଂ ଉତ୍କଳ ସମ୍ମିଳନୀର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ସେହିଭଳି ମୁଖ୍ୟ ବକ୍ତା ଭାବେ ପଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପାରମାନନ୍ଦ ମହାପାତ୍ର ତାଙ୍କ ବକ୍ତବ୍ୟ ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ହୋଇନଥିଲେ ଓଡ଼ିଆ ପରିୟ ଲୋପ ପାଇଯାଆନ୍ତା ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ସରକାରୀ ଆଦର୍ଶ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ କିରଣ କୁମାର ଜାମୁଡାଳିଆ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରମୋଦ କୁମାର ସେନାପତି ମଞ୍ଚସିନା ରହି ଏହି ଦିବସର ସମ୍ପର୍କରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ବାଲାରାଜୁ ପାଢ଼ୀ ଇଂରାଜୀ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ, ଅଭିମନ୍ୟୁ ଦଳବେହେରା ମାଲକାନଗିରି ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଚନ୍ଦ୍ରପାଣି ସାହୁ ଓ ଶତାଧିକ ଛାତ୍ର ଛାତ୍ରୀ ଉକ୍ତ ସଭାରେ ଯୋଗ ଦେଇଥିଲେ । ସଭା ଶେଷରେ ମାଲକାନଗିରି ଜିଲ୍ଲା ଶାଖା ସମ୍ପାଦକ ।