୧୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଠାରେ ମଙ୍ଗଳବାର ସନ୍ଧ୍ୟାରେ ସିଏମସି ୫୯ ନମ୍ବର ୱ।ର୍ଡ଼ ସଭାପତି ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ, କଂଗ୍ରେସ କର୍ମୀ ମାନଙ୍କର ଏକ ବୈଠକ ଅନୁଷ୍ଠିତହୋଇଥିଲା । ଆୟୋଜିତ ବୈଠକରେ ବରିଷ୍ଠ କଂଗ୍ରେସ କର୍ମୀ ଶ୍ୟାମ ସୁନ୍ଦର ଖଟୁଆ ଅଧ୍ୟକ୍ଷତା କରିଥିଲେ । ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ , କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ରାମଚନ୍ଦ୍ର ଗୋଛୟତ ଏବଂ କଟକ ଲୋକସଭା ସାଂସଦ ସୁରେଶ ମହାପାତ୍ରଙ୍କୁ ନିର୍ବାଚନରେ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।
କଟକ ନଗର କଂଗ୍ରେସ କମିଟିର ସଭାପତି ପୂର୍ବତନ ସଭାପତିଙ୍କୁ ଦାୟିତ୍ୱ ନଦେଇ ଅନ୍ୟ ଜଣଙ୍କୁ ସଭାପତି ଦାୟିତ୍ୱ ଦେଇଥିଲେ । ଯାହା ଫଳରେ ଦୀର୍ଘ ଦିନଧରି ସିଏମସି ୫୯ ନମ୍ବର ୱ।ର୍ଡ଼ରେ କଂଗ୍ରେସ କର୍ମୀ ମାନେ ନିଷ୍କ୍ରିୟ ହୋଇ ଯାଇଥିଲେ । ନିର୍ବାଚନ ଆସିବାରୁ ନିଜ ୱ।ର୍ଡ଼ରେ କଂଗ୍ରେସର ମର୍ଯ୍ୟାଦା ରଖିବା ପାଇଁ ପୂର୍ବତନ ୱ।ର୍ଡ଼ ସଭାପତି ଶ୍ରୀ ମହାନ୍ତି ଆଗକୁ ବାହାରି କଂଗ୍ରେସ କର୍ମୀ ମାନଙ୍କୁ ଏକାଠି କରିବାରେ ସଫଳ ହୋଇ ପାରିଛନ୍ତି ।
ଯାହାଫଳରେ ଆସନ୍ତା ରବିବାର ଦିନ କଂଗ୍ରେସ ପ୍ରାର୍ଥୀଙ୍କ ରାଲି ଯେଭଳି ସଫଳ ହେବ ସେନେଇ ୫୯ ନମ୍ବର ୱ।ର୍ଡ଼ ଏବଂ ଆମଣ ପଞ୍ଚାୟତର କଂଗ୍ରେସ କର୍ମୀ ମାନଙ୍କୁ ଡାକି ଏକାଠି କରି ବୈଠକ କରିବାରେ ସଫଳ ହୋଇଛନ୍ତି । ଏହି ବୈଠକରେ ଆମଣ ପଞ୍ଚାୟତ କଂଗ୍ରେସ କମିଟିର ସଭାପତି କୃଷ୍ଣ ଚନ୍ଦ୍ର ଭୋଇ, ଆମଣ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ , କରିମ ସା, ଅକ୍ଷୟ କୁମାର ବାରିକ , ବାମଦେବ ଜେନା, ଝରିଆ ବେହେରା, ଅଙ୍କନା ଭୋଇ, ଞାନରଞନ ଜେନା, ପ୍ରମୁଖ ବହୁ କଂଗ୍ରେସ କର୍ମୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।