ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ମହାନତା

୩୧ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ )ମାଲକାନଗିରି :- ମାଲକାନଗିରି ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟ ପାଇଁ ମାଲକାନଗିରି ସହରରୁ କାଲିମେଳା ଅଭିମୁଖେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ ଯାଉଥିବା ବେଳେ କାଲିମେଳା ସ୍ଥିତ ଏମ୍ ଭି ୬୮ ଗ୍ରାମର କୃଷ୍ଣ ପଦ ବାନାର୍ଜୀ ହଠାତ୍ ସଡକ ଦୁର୍ଘଟଣାରେ ରାସ୍ତାରେ ପଡିଥିବା ଦେଖି ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ନିଜ କାର୍ ରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ

ଆଣି ନିଜେ ଡାକ୍ତର ଖାନାରେ ବେଡ଼ ଆଡ଼ମିଟ କରିବା ସହ ଡାକ୍ତରଙ୍କ ସହ ସାକ୍ଷାତ କରି ଯଥା ଶୀଘ୍ର ଚିକିତ୍ସା ପାଇଁ ଅନୁରୋଧ କରିଛନ୍ତି । ଦୁର୍ଘଟଣା ଗ୍ରସ୍ତ ଏମ୍ ଭି ୬୮ଗ୍ରାମର କୃଷ୍ଣ ପଦ ବାନାର୍ଜୀ ଙ୍କ ଜୀବନ ବଞ୍ଚାଇ ଥିବାରୁ ମାଲକାନଗିରି ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଙ୍କୁ ଧନ୍ୟବାଦ ଅର୍ପଣ ସହ ସାଧୁବାଦ ଜଣାଇଛନ୍ତି ।