୩୦ ଡିସେମ୍ବର ଶୁକ୍ରବାର ( ଓଡ଼ିଶା ତାଜା ନ୍ୟୁଜ ) ପୁରୀ ଜିଲ୍ଲାର /ଗୋପ :- ପୁରୀ ଜିଲ୍ଲାର ଗୋପ ବ୍ଲକସ୍ଥିତ ଏରବଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୧୯୮୯ ବ୍ୟାଚର ଗୋଟିଏ ସୁନ୍ଦର ବଣ ଭୋଜି ଧଉଳି ନିକଟସ୍ଥ ଏକ ଘରୋଇ ବଗିଚା ଠାରେ ଅନୁଷ୍ଟିତ ହୋଇସାରିଛି , ଏହି ବଣ ଭୋଜି ଯୋଗ ଦେବାପାଇଁ ପୁରୀ, କୋଣାର୍କ, ଗୋପ, କାକଟପୁର, ନିମାପଡ଼ା, କଟକ ଓ ଭୁବନେଶ୍ବର ରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ ପିଲା ଓ ସେମନଙ୍କର ପରିବାର ଯୋଗ ଦେଇଥିଲେ ।
ଏହି ବଣଭୋଜିରେ ଛୋଟ ପିଲାମାନଙ୍କ ମଧ୍ୟରେ ଡିବେଟ, ମିଉଜିକ ଚେୟାର, ଗୀତ ର କମ୍ପିଟିସନ ହେଇଥିଲା । ଉତ୍ତୀର୍ଣ୍ଣ ପିଲାମାନଙ୍କୁ ଆମ ୧୯୮୯ ବ୍ୟାଚ୍ ର ସିନେ ତାରକା ଶ୍ରୀ ଭଗବାନ ବେହେରା ଓ ଡାକ୍ତର ଜ୍ୟୋତିର୍ମୟ ନାୟକ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ପୁରସ୍କାର ଗୁଡ଼ିକ ଆମ ବ୍ୟାଚ ର ବିଶ୍ୱଜିତ୍ ମହାନ୍ତି ପ୍ରଦାନ କରିଥିବାରୁ ତାଙ୍କୁ ୧୯୮୯ ବ୍ୟାଚ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।
ଏହି ବଣଭୋଜି କରିବାପାଇଁ ୧୯୮୯ ବ୍ୟାଚ ର ରଶ୍ମି ରଞ୍ଜନ ସ୍ବାଇଁ, ମଞ୍ଜୁଲତା ସାହୁ, ବିଶ୍ୱଜିତ୍ ମହାନ୍ତି, ସୁର୍ୟ ନାରାୟଣ ପଣ୍ଡା, ହରିଆ ବେହେରା, ମମତା ମହାପାତ୍ର, ଗୀତ ଦାସ୍, ରଶ୍ମିତା ମିଶ୍ର, ଅଜୟ ନାୟକ, ବାଳକୃଷ୍ଣ ସେନାପତି, ଆଲୋକ ରାଉତ, ସଲେନ୍ଦ୍ରି ମହାପାତ୍ର, ମାନସୀ ମହାନ୍ତି , ରଞ୍ଜନ ସ୍ବାଇଁ , ନିରଞ୍ଜନ ସ୍ବାଇଁ , ରଞ୍ଜନ ପାଢ଼ୀ ଆଖୁନ ଜେନା , ମୁନ୍ନା ରଥ, ଓ ୧୯୮୯ ବ୍ୟାଚ ର ଉପସ୍ଥିତ ସମସ୍ତେ ଅକ୍ଲାନ୍ତ ପରିଶ୍ରମ ଓ ସମୟ ଦେଇ ୧୯୮୯ ବ୍ୟାଚ ର ବଣଭୋଜି -୨୦୨୨ କୁ ସାଫଲ୍ୟ କରିଥିଲେ । 

© 2023 Odisha Taza News.