୨୯ ଡିସେମ୍ବର ଗୁରୁବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡ,ଗଜପତି :- ରାୟଗଡ଼ରେ ପୁରୁଷ ହକି ବିଶ୍ଵ କପ୍ ଟ୍ରଫି କୁ ଭବ୍ୟ ସ୍ଵାଗତ କରାଯାଇଛି। ଜାନୁୟାରୀ ମାସରେ ଭୁବନେଶ୍ୱର ଓ ରାଉରକେଲା ସହରରେ ହେବାକୁ ଥିବା ପୁରୁଷ ହକି ବିଶ୍ଵ କପ୍ 2023 ମସିହାରେ ହେବାକୁ ଥିବା ବେଳେ ଉକ୍ତ ଟ୍ରଫିକୁ ସାରା ଓଡ଼ିଶାରେ ପରିକ୍ରମାରେ ଗଜପତି ଜିଲ୍ଲା ପରିକ୍ରମା ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନ ରେ ରାୟଗଡ଼ରେ ପହଞ୍ଚିବା ପରେ ବ୍ଲକ ସମ୍ମୁଖରେ ବିଡିଓ ରାଜା ରଂଜିତ ପ୍ରତାପ ବଳ,
A BDO ପିତାମ୍ବର ବେହେରା, ସ୍ଥାନୀୟ ସରପଞ୍ଚ ସୁଷମା ଶବର ଓ ବ୍ଳକ୍ ର ସମସ୍ତ କର୍ମଚାରୀ, ମହିଳା ଗ୍ରୁପ ର ମା ମାନେ, ସ୍ଥାନୀୟ ଶତାଧିକ ଯୁବ ଗୋଷ୍ଠୀ ଓ ସାମ୍ୱାଦିକ ମାନେ ଯୋଗ ଦେଇ ଟ୍ରଫି କୁ ଫୁଲ ମାଳ ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ପାରଳାଖେମୁଣ୍ଡି ଅଭିମୁଖେ ଟ୍ରଫି ବାହାରିଥିଲା ।














