ଏହି ସମୟରେ ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡାସ୍ଥ ରିଜର୍ଭ ପୋଲିସର ଇନ୍ସିପେକ୍ଟର ସତ୍ୟକାନ୍ତା ମନୋରଂଜନ ଜେନା ଓ ଗୋଷାଣୀ ବ୍ଲକର ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ପୃଥକ ଭାବେ ଏହି ସଡକରେ ଯାଉଥିବାବେଳେ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇ ପଡିଥିବା ପ୍ରେମାନନ୍ଦଙ୍କୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ୧୦୮ଆମ୍ବୁଲାନ୍ସ ପହଞ୍ଚି ପ୍ରେମାନନ୍ଦଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକ ପଠାଇଦେଇଥିଲେ । ହେଲେ ପ୍ରେମାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବାର ଜଣାପଡିଛି । ଗୁରୁତର ପ୍ରେମାନନ୍ଦଙ୍କ ଅଣ୍ଟା ଓ ହାତ ଭାଙ୍ଗିବା ସହ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାର ଜଣାପଡିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ତଦନ୍ତ ଜାରି ରହିଥିବାର ଗାରବନ୍ଧ ଥାନା ପୋଲିସ ଏସ୍ଆଇ ଚନ୍ଦ୍ରକାନ୍ତ ପ୍ରଧାନ ଜଣାଇଛନ୍ତି ।

© 2023 Odisha Taza News.