No Result
View All Result
୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ଗଣ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ଓଡ଼ିଶାର ୧୬୦ରୁ ଉର୍ଦ୍ଧ୍ବ ଜନଜାତି ସଂପ୍ରଦାୟକ ରାଜ୍ୟ ଜନଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାରେ କେନ୍ଦ୍ରର ଅବହେଳା ସକାଶେ ଆଜି ସନମ୍ମାନନୀୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଆଜି କେନ୍ଦ୍ର ସରକାର ବିରୁଦ୍ଧରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇଛନ୍ତି ଏବଂ ଏହି ଅବସରରେ ଯୁବ ମୋର୍ଚ୍ଚା ସଭାପତି ଏସ.ଲିଙ୍ଗରାଜ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ, ଯୁବନେତା ଈଂ. ରୂପେଶ ପାଣିଗ୍ରାହୀ,ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ,ଏସଡ଼ିସି ଅଧ୍ୟକ୍ଷା ଶ୍ରୀମତୀ ମରିୟୋମ ରଇତ,ଏସଡ଼ିସି ଊପାଧ୍ୟକ୍ଷ ଶ୍ରୀ ଧନେଶ୍ଵରଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ଏସ.ବାଲା ରାଜୁ , ଆଦିବାସୀ ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମାରୁତ ପାଲ,ବାରିଷ୍ଟ ନେତା ଶ୍ରୀ ବସନ୍ତ ଦାସ,ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ପୌର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ବିଜୁ ଜନତାଦଳର କର୍ମୀ ଓ ଜନଜାତି ସଂପ୍ରଦାୟକ ଜନସାଧାରଣ ଉପସ୍ଥିତ ଥିଲେ ।
No Result
View All Result