୨୮ ଡିସେମ୍ବର ବୁଧବାର ( ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ର ତୁମୁରାପୁଟ ଗ୍ରାମ ପଞ୍ଚାୟତ ମାଣିକପୁର ଗ୍ରାମ ରେ ଓଡିଶା ସରକାର ଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବହୁ ମୁଖି ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସରପଞ୍ଚ ଶ୍ରୀଯୁକ୍ତ ଅକ୍ଷୟ କୁମାର ସେଠୀ ଙ୍କ ସଭାପତିତ୍ୱରେ ତା ୨୮/୧୨/ ୨୦୨୨ ରିଖ ରୁ ୦୨/୦୧/୨୦୨୩ ତାରିଖ ପର୍ଯ୍ୟନ୍ତ ସେଲ୍ଫ ଡିଫେଁନ୍ସ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଆରମ୍ବ ହୋଇଯାଇଛି, ବାତ୍ୟା ,ବନ୍ୟା ରେ ଜନସାଧାରଣ ମାନେ କିପରି ନିଜ କୁ ରକ୍ଷା କରିପାରିବେ ସେଥି ପାଇଁ ଟ୍ରେନିଙ୍ଗ ଦିଆଯିବ, ଓଡିଶା ଡିଯାଷ୍ଟର ମ୍ୟାନେଜ୍ ମେଣ୍ଟ ର ଖୋର୍ଦ୍ଧା ଜିଲ୍ଲା ରୁ ଦୁଇ ଜଣ ସେଲ୍ଫ ଡିଫେନ୍ଷ୍ ମ୍ୟାଡମ୍ ଯୋଗ ଦେଇ ବିଭିନ୍ନ କୌଶଳ ମାଧ୍ୟମ ରେ ବୁଝେଇବା ସହିତ ଆଲୋଚନା କରିଥିଲେ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ,ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନ, ନାଏଵ ସରପଞ୍ଚ ଶ୍ରୀମତୀ ପଦ୍ମା ଦେଇ ଯୋଗ ଦେଇଥିଲେ , ବାଣପୁର ବ୍ଲକ ଵି ଡି ଓ ଶ୍ରୀମତୀ ବୁଲ୍ ବୁଲ୍ ବେହେରା ମ୍ୟାଡମ୍ ବ୍ଲକ ଅଧୀନ ରେ ଥିବା ସମସ୍ତ ପଞ୍ଚାୟତ ଓ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ସେଲ୍ଫ ଡିଫେନ୍ଷ୍ କାର୍ଯ୍ୟକ୍ରମ ହେବ ବୋଲି ବେହେରା ମ୍ୟାଡମ୍ ସୁଚନା ଦେଇଛନ୍ତି,,