No Result
View All Result

୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :- ଆର,ଉଦୟଗିରି ମୁଖ୍ୟ ବଜାର ଏବଂ ବସଷ୍ଟେଣ୍ଡ୍ ସଫା କରିବା ପାଇଁ ୪ ଜଣ ଝାଡୁଦାର ନିୟୁକ୍ତି ହୋଇଛନ୍ତି । ଗ୍ରାମର ସମସ୍ତ ଓଳିଆ ସଫା କରି ଝାଡୁଦାରମାନେ ଏହି ଓଳିଆକୁ ହାଇସ୍କୁଲ ଓ ମୁଖ୍ୟ ରାସ୍ତାରେ ଖ୍ରୀଷ୍ଟିଆନସାହି ଅଙ୍ଗନବାଡି କେନ୍ଦ୍ର ନିକଟରେ କଡରେ ଓଳିଆ ସମସ୍ତ ଓଳିଆ ଦୀର୍ଷବର୍ଷ ଧରି ପକାଯାଉଛି । ଯାହାଫଳରେ ଆର୍ଡି ,ଏମ୍ ଆଇ,ଅଫିସ, ଉଦ୍ୟାନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର , କୃଷି ଅଫିସ, ଜେଲ୍,RWSS ବିଭାଗ ଓ ହାଇସ୍କୁଲ ଯାତାୟତ କରୁଥିବା ଛାତ୍ର ଛାତ୍ରୀ ମାନେ ଏବଂ ସାଧାରଣ ଲୋକମାନେ ଯାତାୟତ କରିବାରେ ଅସୁବିଧା ସମୁଖିନ ହେଉଛନ୍ତି ।

କାରଣ ପକାଇଥିବା ଓଳିଆ ଗୁଡିକୁ ଗ୍ରାମର ଗାଇ, ବଳଦ ଓ କୁକୁର ମାନେ ଖାଦ୍ୟ ସଂଗ୍ରହ କରି ଓଳିକୁ ରାସ୍ତା ଉପରେ ଆଣି ପକାଇଦିଅନ୍ତି । ଏହାସହ ବର୍ଷାହେଲେ ଏହି ଓଳିଆ ଗୁଡିକୁ ପାଣି ପଡି ପୋଚି ଦୁର୍ଗନ୍ଧ ହୁଏ । ଯାହାଫଳରେ କମଳମତି ପିଲାମାନେ ରାସ୍ତାରେ ଯାତାୟତ କରିବାରେ ଅସୁବିଧା ଘୋଗୁଛନ୍ତି । ଏହାକୁ ଆଖି ଆଗରେ ରଖି RWSS ବିଭାଗରେ ସ୍ବଛ ଭାରତ ଅଭିଯାନରେ ୪୦ ହଜାର ଟଙ୍କା ଖର୍ଚକରି ଗ୍ରାମର ହାଟପଦା ଠାରେ ଜୈବ ବିଘଟନ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି । ପ୍ରଥମ କୁଣ୍ଡରେ ପରିବା ଚୋପା, କାଗଜ ଓ ବଳକା ଖାଦ୍ୟ ଓ ଦୁତିୟ କୁଣ୍ଡରେ ସୁଖିଲା ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ ବୋତଲ, ପଲିଥିନ୍ ଓ ଲୁହା ସାମାଗ୍ରୀ ପକାଇବା ନିର୍ମାଣ କରାଯାଇଥିଲା ।

ନିର୍ମାଣ ହେବାର ୫ ମାସ ରୁ ଉଦ୍ଧ୍ବ ହେଲାଣି ମାତ୍ର ଆଜିସୁଧା କର୍ଯ୍ୟକାରୀ ନ ହୋଇ ପଡି ରହିଛି । ଏହା ଏବେ ନଷ୍ଟ ହେବାକୁ ଗଲାଣି ଏଥିସହ ତାର ପାଖରେ ଏକ ମଣିଷ ଉଚର ବଡ ଗାତ ଖୋଲା ଯାଇଛି । ସେହି ଗାତରେ ଗ୍ରାମର ଗାଇ ଓ ବଳଦ ଖାଲ ପଡି ଆକ୍ରାନ୍ତ ହେଉଥିବାର ଅଭିଯୋଗ ହେଉଛି । ସ୍ବଛ ଭାରତ ଅଭିଯାନ ତରଫରୁ ଏତେ ଟଙ୍କା ଖର୍ଚକରି ନିର୍ମାଣ ଡମ୍ପିଂ ୟାଡ ଅକାମିଆରେ ପଡିଛି ମୁଖ୍ୟ ରାଜପଥରେ କଡରେ ଝାଡୁଦାରମାନେ ଗ୍ରାମର ଓଳିଆ ପକାଇବା ଦ୍ବାରା ଲୋକଙ୍କ ନିଜନିଜ କାମ ଏବଂ ବିଦ୍ୟାଳୟ ପିଲାମାନେ ପାଠ ପଢିବାକୁ ପୋଚକା ଓ ଦୁଗନ୍ଧ ଭିତରେ ଯିବାକୁ ପଡୁଛି ।

No Result
View All Result