୨୫ଡିସେମ୍ବର ରବିବାର ( ଓଡ଼ିଶା ତାଜା ନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ମୋହନା ଥାନା ପି ଗୋବିନ୍ଦପୁର ପଞ୍ଚାୟତରେ ବିରୁଡି ଆତଙ୍କ । ବିରୁଡି ଆକ୍ରମଣରେ ଚାଞ୍ଚଡାଗୁଡା ଗ୍ରାମର ଜଣେ ମହିଳା ସମେତ ୯ ଜଣ ଗୁରୁତର ହୋଇଥିବା ଜଣାପଡିଛି ।ସୂଚନା ପ୍ରକାରେ ଗୋବିନ୍ଦପୁର ଠାରୁ ପ୍ରାୟ ୫ କିମି ଘାଟି ପାହାଡ଼ ରାସ୍ତା ଅତିକ୍ରମ କଲେ ଚାଞ୍ଚଡାଗୁଡା ଗାଁ ପଡେ । ହେଲେ ରାସ୍ତା କଡ଼ ଜଙ୍ଗଲରେ ଅନେକ ଗଛରେ ବିରୁଡି ବସାରହିଥିବା ଜଣାପଡିଛି ।
ତେବେ ଆଜି ଗାଁର କିଛି ଲୋକ ଗାଇଚରାଇବାକୁ ଯାଇଥିବା ସମୟରେ ବିରୁଡି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୯ ଜଣ ଗୁରୁତର ହୋଇଥିବା ଜଣାପଡିଛି । ତେବେ କେବଳ ରାଙ୍ଗୁଳା ମଳିକ ଚିକିତ୍ସିତ ହୋଇ ଗାଁକୁ ଫେରିଥିବା ବେଳେ ଅନ୍ୟ ମାନେ ଗାଁରେ ଚେରମୂଳି ଚିକିତ୍ସା ଦ୍ୱାରା ଗାଁରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।














