୨୪ ଡିସେମ୍ବର ଶନିବାର ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରାଜଗୁରୁ ସାହିସ୍ଥିତ ରସିକରାଜ ମଠ(ଆପନ୍ନା ପରିଛା) ପରିସରରେ ଏକ ଉପଭୋକ୍ତା ସୁରକ୍ଷା ଓ ଅଧିକାର କର୍ମଶାଳା ଲିଙ୍ଗରାଜ ପାଣୀ ଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରିଥିବାବେଳେ ,ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାରୀ ପ୍ରଶାନ୍ତ ମିଶ୍ର, କାର୍ଯ୍ୟକାରିଣୀ ସଭାନେତ୍ରୀ ତନୁଜା ଶତପଥୀ,ପୌରାଞ୍ଚଳ ସଭାପତି ଭାଗବତ ପାଢ଼ୀ,ଯୋଗ ଦେଇ ଗ୍ରାହକର ଅଧିକାର ଏବଂ ସୁରକ୍ଷିତ ଗ୍ରାହକ ର ବିଭିନ୍ନ ଦିଗକୁ ଆଲୋଚନା କରିଥିଲେ।
ଗ୍ରାହକ ଜାଗିଲେ ସମାଜର ଉନ୍ନତି ଅସମ୍ଭବ କହିଥିଲେ । ମୁଖ୍ୟତଃ ଚାରି ଗୋଟି ସାଂପ୍ରତିକ ସମସ୍ୟାକୁ ଆଲୋଚନା କରାଯାଇ ଅତିରିକ୍ତ ପ୍ରସଙ୍ଗ ଗୁଡ଼ିକୁ ପରବର୍ତ୍ତୀ ସମୟରେ ଉପରିସ୍ଥ କତୃପକ୍ଷଙ୍କୁ ଅବଗତ କରାଯିବ । (୦୧.) ଇଲେକ୍ଟ୍ରୀ ଅନିୟମତା, (୦୨)ଗ୍ୟାସ୍, ୦୩)ବସ୍ ଟିକେଟ,(୦୪) କିରାଣି ଜିନିଷ ର କଳାବଜାର ଏବଂ ଠକେଇ ଉପରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପଠାଗଲା । ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାହକ ପୁରୋଧା ଶିଶିର ଭଞ୍ଜ,ମଠ ପରିଚାଳକ ମୁରଲୀ ଧରପରିଚ୍ଛା ନିତ୍ୟାନନ୍ଦ ଚୌଧୁରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ । ନିତ୍ୟାନନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।














